Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ଏନ୍‌କାଉଣ୍ଟର

Posted on November 23, 2025

ରାଉରକେଲାରେ ଏକ ବଡ଼ ଏନକାଉଣ୍ଟର ହୋଇଛି । ଶନିବାର ବିଳମ୍ବିତ ରାତିରେ ୩ ଦୁର୍ଦ୍ଦାନ୍ତଙ୍କୁ ଏନକାଉଣ୍ଟର କରିଛି ରାଉରକେଲା ପୁଲିସ୍ । ଗୁରୁତର ୩ ମୋଷ୍ଟ ୱାଣ୍ଟେଡ୍ ଅପରାଧୀ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଚକ୍‌ମା ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍ ଏହି ଏନକାଉଣ୍ଟର କରିଛି । ୩ ଦୁର୍ଦ୍ଦାନ୍ତ ହେଲେ ଚନ୍ଦେ ନାୟକ, ପାରସ ରାମ, ରାଜେଶ ସିଂହ । ଏମାନେ ବିଗତ ଦିନରେ କୋଇଡା, ବାଙ୍କେ, ରେଙ୍ଗାଲବେଡା ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଡକାୟତି ଘଟଣାରେ ଜଡ଼ିତ ଥିବା ବୋଲି ପୋଲିସ ସୁତ୍ରରୁ ସୂଚନା ମିଲିଛି । ଗତକାଲି ବିଳମ୍ବିତ ରାତିରେ ଏହି ୩ଜଣ ଅଭିଯୁକ୍ତଙ୍କୁ ଲମସେ ଓ କୁଚେଇତା ଅଞ୍ଚଳରେ ପୁଲିସ ଏନକାଉଣ୍ଟର କରିଛି । ବର୍ତ୍ତମାନ ୩ ଜଣ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।

​​​​​​​୩ ଦୁର୍ଦ୍ଦାନ୍ତଙ୍କୁ ଏକକାଳୀନ ଏନକାଉଣ୍ଟର କରିବା ରାଉରକେଲା ପୁଲିସ୍ ପାଇଁ ଏକ ବଡ଼ ସଫଳତା କହିଲେ ଭୁଲ ହେବ ନାହିଁ । ଏହି ଗ୍ୟାଙ୍ଗରେ ଥିବା ଅନ୍ୟ ୫ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୩ଟି ପିସ୍ତଲ ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହି ୮ ଜଣିଆ ଗ୍ୟାଙ୍ଗ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡକାୟତି କରୁଥିଲେ । ଯାହା ଲୋକଙ୍କ ନିଦ ହଜାଇଥିଲା । କିଛି ଦିନ ତଳେ କୋଇଡା ଥାନା ଅଞ୍ଚଳରେ ମାରଣାସ୍ତ୍ର ଦେଖାଇ ଡକାୟତି କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme