Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବସ ଧକ୍କାରେ ୪ ଗୁରୁତର

Posted on November 23, 2025

ଯାଜପୁର ଜିଲ୍ଲା ସଦର ଥାନା ଧୋବାଗଳି ଛକ ନିକଟରେ ଦୁର୍ଘଟଣା ଘଟିଛି। ମର୍ଣ୍ଣିଂୱାକ୍‌ କରୁଥିବା ସମୟରେ ୪ ଜଣଙ୍କ ଉପରେ ଯାତ୍ରୀବାହୀ ବସ୍ ମାଡ଼ି ଯାଇଛି। ଏଥିରେ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନନ୍ତର କରାଯାଇଛି । ସେମାନେ ହେଉଛନ୍ତି, କଟକର ରାକେଶ ଯେନା, ଚିଣ୍ଟୁ ଯେନା,ମନୁ ଯେନା ଏକଂ ବାଦଲ ଯେନା।

ଖବର ଅନୁଯାୟୀ, ଯାଜପୁର ସଦର ଥାନା ବରୁଆଁ ଓ ବରୀକୁ ସଂଯୋଗ କରୁଥିବା ଧୋବାଗଳି ଛକ ନିକଟରେ ରବିବାର ସକାଳୁ ସକାଳୁ କିଛି ଲୋକ ମର୍ଣ୍ଣିଂୱାକ୍‌ କରୁଥିଲେ । ଏହି ସମୟରେ ଦ୍ରୁତଗାମୀ ଯାତ୍ରୀବାହୀ ହରଗେୀରୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । ବସ୍ ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ମର୍ଣ୍ଣିଂ ୱାକ୍ କରୁଥିବା ଲୋକଙ୍କ ଉପରେ ବସ୍ ଚଢ଼ିୀ ଯାଇଥିଲା।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଜବତ କରି ଥାନାକୁ ଆଣିଛି । ତେବେ ବସ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା କୁହାଯାଉଛି। ଏନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଉତ୍ୟକ୍ତ ଲୋକେ ଏନେଇ ଟାୟ‌ାର ଜାଳି ରାସ୍ତା ରୋକ କରିଛନ୍ତି। ପୁଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପରିସ୍ଥିତି ଉପରେ ପୁଲିସ ପକ୍ଷରୁ କଡ଼ ାନେଜର ରଖାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme