Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ

Posted on November 22, 2025

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି।

ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୁଲିସର ତଦନ୍ତ ପରେ ଜଣା ପଡିବ।

ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ପଚାରିବାରୁ ସେ ଏହି ଘଟଣା ସତ୍ୟ ବୋଲି କହିବା ସହ ପୁଲିସ ଏହାର ତଦନ୍ତ କରୁଥିବା କହିଛନ୍ତି। ଝିଅଟି ଗତ ଅକ୍ଟୋବର ୨୨ ତାରିଖରେ ବିଦ୍ୟାଳୟର ହଷ୍ଟେଲକୁ ଆସିଥିଲା। ଏକ ମାସ ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହା ଜଣାପଡିଥିବା କହିଥିଲେ। ତଦନ୍ତ ହେବା ପରେ କିଏ ଦୋଷୀ ତାହା ଜଣାପଡିବ ବୋଲି କୁହାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme