Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଫର୍ଜୀ ଡକ୍ୟୁମେଣ୍ଟରେ ଅସଲି ଅଧ୍ୟାପକ ଚାକିରୀ ଅଭିଯୋଗ।

Posted on November 22, 2025

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ସ୍ଥିତ ପଳାଶୁଣି ବିଶ୍ୟ ମହିମା ମହାବିଦ୍ୟାଳୟ ବା PBM କଲେଜରୁ ଆସିଛି ସଙ୍ଗୀନ ଅଭିଯୋଗ। ଯୁକ୍ତ ଦୁଇ ଓଡ଼ିଆ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଫର୍ଜରି କରି ଅଧ୍ୟାପକ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି। ତେବେ RTI ତଥ୍ୟରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଆଜକୁ ୨୫ ବର୍ଷ ଧରି ସେ ନକଲି ସାର୍ଟିଫିକେଟ ଦେଇ ଅଧ୍ୟାପକ ଚାକିରୀ କରି ସରକାରଙ୍କ ଅର୍ଥ ହଡପ କରିଥିବା ଜଣାପଡିଛି। ଯେଉଁଠି ସରକାର ତାଙ୍କ ଏଡେଡ଼ ବନ୍ଦ କରୁଛନ୍ତି ସେଇଠି ସନ୍ତୋଷ କୁମାର ସାହୁ କିଭଳି ଭାବେ କଲେଜ ମ୍ୟାନେଜମେଣ୍ଟରେ ଅଧ୍ୟାପକ ଭାବେ ରହି ଅର୍ଥ ଆତ୍ମସାତ କରୁଛନ୍ତି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାହା ଅନୁକମ୍ପାରେ ସନ୍ତୋଷ କୁମାର ସାହୁ ଅଧ୍ୟାପକ ଚାକିରୀ ହାତେଇଛନ୍ତି । ଯେଉଁଠି RTI ତଥ୍ୟ ଅନୁଯାୟୀ ୟୁନିଭରସିଟି ସିଧାସଳଖ ମନା କରିଦେଉଛି ଯେ ସନ୍ତୋଷ କୁମାର ସାହୁଙ୍କ ମାର୍କ ସିଟ ଫର୍ଜୀ ଏପରିକି ସେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ସେ ଟାମ୍ପରିଙ୍ଗ କରିଛନ୍ତି। ଯାହାକୁ ନେଇ ସେହି କଲେଜର ପୂର୍ବତନ କଲେଜ ଅଧ୍ୟାପକ ରବି ନାରାୟଣ ସାହୁ ମଧ୍ୟ ସବୁ କିଛିର ଗୁମର ଖୋଲିଛନ୍ତି। ଏହା ପଛରେ କିଛି ରାଜିନୀତି ବ୍ୟକ୍ତି ବିଶେଷଙ୍କ ହାତ ଥିବା ରବି ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସେ କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ଆମେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷାଙ୍କ ପ୍ରତିକ୍ରିୟା ନେଇଥିଲୁ। ତେବେ ସେ ସ୍ୱଳ୍ପ ଦିନ ପାଇଁ ଡେପୁଟେସନରେ ଆସି କାର୍ଯ୍ୟ କରୁଛନ୍ତି। ଏବଂ ସନ୍ତୋଷ ଦୀର୍ଘ ଦିନ ହେବ କଲେଜ ଅଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଏପରିକି ତାଙ୍କର ୪୮ ପ୍ରତିଶତ ମାର୍କକୁ ନେଇ ଏଡ଼େଡ଼ ବନ୍ଦ ହୋଇଥିବା ପ୍ରକାଶ କରିଛନ୍ତି।

ତେବେ ସନ୍ତୋଷଙ୍କ ପ୍ରତିକ୍ରିୟା କିନ୍ତୁ ଅନେକ କିଛି ଗୁମର ଖୋଲୁଛି। ସେ ସାର୍ଟିଫିକେଟ ଟାମ୍ପରିଙ୍ଗ କରିଥିବା କଥା ରବିଙ୍କୁ ଜଣା ଥିଲା। ଯିଏକି ତାଙ୍କ ନାଁରେ ଅନ୍ୟ ଲୋକଙ୍କ ମାଧ୍ୟମରେ RTI ରେ ମାଗି ବଦନାମ କରିବାକୁ ଚାହୁଁଥିବା ସେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡନ ସୃଷ୍ଟି ହୋଇଛି। ତୁରନ୍ତ ଘଟଣାଟିର ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme