Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଥର ହେବନି ପ୍ରଭୁ ଲିଙ୍ଗରାଜଙ୍କର ଓଢ଼ଣ ଷଷ୍ଠୀ ନୀତି

Posted on November 22, 2025

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଓଢଣ ଷଷ୍ଠୀକୁ ଆଉ ମାତ୍ର ୪ଦିନ ବାକି ରହିଲା । ହେଲେ ଏଯାଏ ଏହି ନୀତି କିପରି ପାଳନ କରାଯିବ ତାର ସ୍ପଷ୍ଟୀକରଣ ମନ୍ଦିର ଟ୍ରଷ୍ଟ ବୋର୍ଡ ରଖୁ ନାହାନ୍ତି ବୋଲି ପୂଜାପଣ୍ଡା ନିଯୋଗର ସେବାୟତମାନେ କହିଛନ୍ତି । ସେମାନେ କହିଛନ୍ତି, ଠାକୁରଙ୍କ ଓଢଣ ଷଷ୍ଠୀ ନୀତିରେ ଚଳିତ ବର୍ଷ ଘୋଡ଼ର ଅଧିବାସ ହେବ କି ନାହିଁ ତାହା ଆମେ ଜାଣିପାରିଲୁନାହିଁ ।

ଆମେ ଟ୍ରଷ୍ଟ ବୋର୍ଡର ଆଦେଶ ମୁତାବକ ଅଧିବାସ ପୂଜାର ଗୁରୁତ୍ୱ ଓ ତା’ ସମ୍ପର୍କିତ ସମସ୍ତ ଦସ୍ତାବିଜ ସମୟ ପୂର୍ବରୁ ରଖି ସାରିଛୁ । ଏହା ବ୍ୟତିତ ଏକ ସ୍ୱତନ୍ତ୍ର ଚିଠି ମଧ୍ୟ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ନିଯୋଗ ତରଫରୁ ଲେଖାଯାଇଛି । ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯଦି ଅଧିବାସ ପୂଜାକୁ ଓଢ଼ଣ ଷଷ୍ଠୀରେ ବାଦ୍ ଦିଆଯାଏ ତେବେ ପୂଜାପଣ୍ଡା ନିଯୋଗ ଆଦୌ ସହଯୋଗ କରିବ ନାହିଁ । କିନ୍ତୁ ତାର ଜବାବ ଆମେ ଏଯାଏ ପାଇଲୁ ନାହିଁ । ଆମେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ପରେ ନିଯୋଗର ପରବର୍ତ୍ତୀ କାର୍ଯ୍ୟପନ୍ଥା କ’ଣ ରହିବ ତାହା ୨୫ ତାରିଖରେ ଜଣାଇ ଦିଆଯିବ ବୋଲି ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି । ଏ ବାବଦରେ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଓଢଣ ଷଷ୍ଠୀ ବାବଦରେ ସମସ୍ତ ନଥିପତ୍ର ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ନିକଟକୁ ଯାଇସାରିଛି । ଆଶା କରୁଛୁ ସମୟ ପୂର୍ବରୁ ତାହା ଅନୁମୋଦନ ଲାଭ କରିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme