Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦୁବାଇ ଏୟାର ସୋ’ରେ ଭାରତୀୟ ତେଜସ୍ ଜେଟ୍ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ

Posted on November 22, 2025

ଦୁବାଇରେ ଚାଲୁଥିବା ଏୟାର ସୋ’ରେ ଶୁକ୍ରବାର ଏକ ହୃଦୟବିଦାରକ ଘଟଣା ଘଟିଛି । ପ୍ରଦର୍ଶନୀ ସମୟରେ ଭାରତୀୟ ବାୟୁସେନାର ତେଜସ୍ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ପାଇଲଟଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଦେଖାଯାଉଛି, ତେଜସ୍ ଜେଟ୍ ଏକ ଏରୋବାଟିକ୍ ମୋଡ଼ ନେବା ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ତଳକୁ ଖସିପଡ଼ିଥିଲା । ଭୂମିକୁ ସ୍ପର୍ଶ କରିବା ସହିତ ବିମାନଟିରେ ଭୟାବହ ବିସ୍ଫୋରଣ ହୋଇଥିଲା ।

ଘଟଣାଟି ଅପରାହ୍ନ ୨.୧୦ ସମୟରେ ଘଟିଥିବା କୁହାଯାଉଛି । ସେତେବେଳେ ହଜାର ହଜାର ଦର୍ଶକ ଆକାଶୀୟ କୋଶଳ ପ୍ରଦର୍ଶନ ଦେଖୁଥିଲେ । ବିମାନଟି ବାୟୁରେ ଚକିତକାରୀ କାରନାମା କରୁଥିବା ବେଳେ ହଠାତ୍ ନିୟନ୍ତ୍ରଣ ହରାଇଥିଲା ଓ କିଛି ସେକେଣ୍ଡ ମଧ୍ୟରେ ତଳକୁ ଖସି ଦୁର୍ଘଟଣା ଘଟିଥିଲା ।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଅଗ୍ନିନିର୍ବାପଣ ଓ ମୃତ ପାଇଲଟଙ୍କ ଶବ ଉଦ୍ଧାର କାମ ଆରମ୍ଭ କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme