Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାପା ଓ ମା’ଙ୍କୁ ଛୁରି ଭୁସି ହତ୍ୟା

Posted on November 22, 2025

ଦରଘାବଜାର ଜେଲ୍‌ କଲୋନିରେ ଆଜି ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ବାପା ଓ ସାବତ ମା’ଙ୍କୁ ଛୁରି ଭୁସି ହତ୍ୟା କରିଛି ପୁଅ। ଏହି ଘଟଣାରେ ହତ୍ୟାକାରୀ ପୁଅ ମଧ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛି। ପୁଲିସ ଶବ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ଧାର ଟଙ୍କା ନ ଶୁଝିବାରୁ ପୁଅ ଏଭଳି କାଣ୍ଡ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଦୀପକ ଦାସ ଜେଲ ବିଭାଗରେ ସେଲ୍‌ସ୍‌ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ। କିଛି ବର୍ଷ ତଳେ ତାଙ୍କ ପ୍ରଥମ ପତ୍ନୀ ନଳିନୀପ୍ରଭା ଦାସଙ୍କର ମୃତ୍ୟୁ ଘଟିଥିଲା। ପରେ ଦୀପକ ଲିତାରାଣୀ ଦାସ(୪୫)ଙ୍କୁ ବିବାହ କରିଥିଲେ। ଦୁହେଁଁ ଦରଘାବଜାର ଜେଲ୍‌ କଲୋନିରେ ରହୁଥିଲେ। ଏମାନଙ୍କ ସହ ଲିତାରାଣୀଙ୍କ ପୁତୁରା ଜୁଲିୟସ ଦାସ ବି ରହୁଥିଲେ। ପ୍ରଥମ ପତ୍ନୀଙ୍କ ପୁଅ ଆଲୋକ ଦାସ, ପତ୍ନୀ ତରୁଲତା ଓ ଝିଅ ସହ ମକରାବାଗରେ ରହୁଛନ୍ତି। ଆଲୋକଙ୍କଠାରୁ ବାପା ଦୀପକ ୧୦ ଲକ୍ଷ ଟଙ୍କା ଧାର ଆଣିଥିଲେ। ଏହାକୁ ପରିଶୋଧ କରିଦେବେ ବୋଲି କହିଥିଲେ ହେଁ ଶୁଝି ପାରି ନଥିଲେ।

ସେପଟେ ଆଲୋକ ମଧ୍ୟ ଏକାଧିକ ବ୍ୟକ୍ତିଙ୍କଠାରୁ ଧାରସୂତ୍ରରେ ଟଙ୍କା ଆଣିଥିଲେ। ସେମାନେ ଟଙ୍କା ମାଗିବାରୁ ଆଲୋକ ଫେରାଇ ପାରୁନଥିଲେ। ଧାର ଦେଇଥିବା ଲୋକମାନେ ଆଲୋକଙ୍କୁ ମାଡ଼ ବି ମାରିଥିଲେ। ଏହି ଘଟଣାକୁ ନେଇ ପରିବାରରେ ବିବାଦ ଲାଗି ରହିଥିଲା। ଶୁକ୍ରବାର ରାତିରେ ଏହା ଉଗ୍ର ରୂପ ନେଇଥିଲା। ରାତି ପ୍ରାୟ ୯ଟା ବେଳେ ଆଲୋକ ଏକ ଛୁରି ଧରି ଦରଘାବଜାର ଜେଲ୍‌ କଲୋନିରେ ପହଞ୍ଚିଥିଲା। ଘରେ ପଶି ବାପା ଦୀପକ ଓ ସାବତ ମା’ଙ୍କୁ ଆକ୍ରମଣ କରିଥିଲା। ଦୁହେଁ ପ୍ରତି‌ରୋଧ କରିଥିଲେ ହେଁ ବର୍ତ୍ତି ପାରି ନ ଥିଲେ। ଆଲୋକ ଛୁରି ଭୁସି ଉଭୟଙ୍କୁ ହତ୍ୟା କରିଥିଲା। ଧସ୍ତାଧସ୍ତି ବେ‌ଳେ ଆଲୋକ ବି ଆହତ ହୋଇଥିଲା। ପୁଲିସ ପହଞ୍ଚି ଶବ ଉଦ୍ଧାର କରିବା ସହ ଆଲୋକକୁ ଗିରଫ କରିଥିଲା। ତେବେ ଆହତ ହୋଇଥିବାରୁ ତାକୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ମୃତକ ଦୀପକଙ୍କ ମୂଳ ଘର ପୁରୀଜିଲ୍ଲା କାକଟପୁର ଥାନା ବନମାଳୀପୁର ଅଞ୍ଚଳରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme