Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଡିଏ ଉପାଧ୍ୟକ୍ଷଙ୍କ କଡ଼ା ନିର୍ଦ୍ଦେଶ: ରିଙ୍ଗରୋଡ୍‌ କାମ ତୁରନ୍ତ ସାର

Posted on November 21, 2025

ରିଙ୍ଗ ରୋଡ୍ କାମକୁ ଯୁଦ୍ଧକାଳୀନ ଭିତ୍ତିରେ ସାର । ଦୈନିକ ଆସୁଥିବା ଫ୍ଲାଏ ଆସ୍ ଗାଡି ସଂଖ୍ୟାକୁ ଦୁଇ ଗୁଣ କର । ଆଗାମୀ ବର୍ଷକ ଭିତରେ ରାସ୍ତା କାମ ସାରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରଣା । ବିଏମ୍‌ସି ପରିସରରେ ରିଙ୍ଗ୍‌ରୋଡ୍ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବିଡିଏ ଉପାଧ୍ୟକ୍ଷ ଶ୍ରୀ ରାଣାଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ପୂର୍ତ୍ତ ବିଭାଗ ଡିଭିଜନ୍-୫ ଅଧିକାରୀ, ବିଡିଏ ଟିପି ସ୍କିମ୍ ଅଧିକାରୀ ଉପସ୍ଥିତ ରହି ଏହାର ସମୀକ୍ଷା କରାଯାଇଥିଲା ।

ବର୍ତ୍ତମାନ ଟିପି ସ୍କିମ୍‌କୁ ଲାଗି ରିଙ୍ଗ୍ ରୋଡ୍ କାମ ଚାଲିଛି । ଫ୍ଲାଏ ଆସ୍ ଯୋଗୁଁ ରିଙ୍ଗ୍ ରୋଡ୍ କାମ ଆଗେଇ ପାରୁନଥିଲା । ଏନ୍‌ଟିପିସି ସହିତ ଯୋଗଯୋଗ କରି ଏବେ ଫ୍ଲାଏ ଆସ୍ ଆସୁଛି । ହେଲେ ମାତ୍ର ହାତ ଗଣତି ଗାଡି ଆସୁଥିବା ବେଳେ କାମ ଆଗେଇ ପାରୁନଥିବା ନେଇ ଗୁରୁ ବୈଠରେ ଅଧିକାରୀ ମତ ରଖିଥିଲେ । ଗାଡି ସଂଖ୍ୟା ଅଧିକ ବଢାଇବାକୁ ଶ୍ରୀ ରାଣା ପରାମର୍ଶ ଦେଇଥିଲେ । ଏନେଇ ଏନ୍‌ଟିପିସିର ଅଧିକାରୀଙ୍କ ସହିତ ଆଲୋଚନା କରାଯିବ । ଏହା ପରେ ଡାହାଣ ପାଶ୍ୱର୍ ସମାନ୍ତରାଳ ରାସ୍ତା ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ରାସ୍ତାକାମ କେଳୁଚରଣ ପାର୍କ ଦେଇ ଡମଣା ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତା କେଳୁଚରଣ ପାର୍କରୁ ନିୟୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ଲାଗିବ । କିଛି ସ୍ଥାନରେ ଜବରଦଖଲ ଯୋଗୁଁ ରାସ୍ତା କାମ ଆଗେଇ ପାରୁନି । ସେହିପରି ସୈନିକ ସ୍କୁଲ ପାଖ ଦେଇ ରାସ୍ତା ନେବାକୁ ଯୋଜନା ହୋଇଛି । ଦୁଇ ମାସ ଭିତରେ ଏହି ରାସ୍ତା କାମ ହେବ ବୋଲି ଶ୍ରୀ ରାଣା କହିଛନ୍ତି ।

ଏହା ପରେ ଟିପି ସ୍କିମ୍ ସମ୍ପର୍କରେ ଆଲୋଚନା ହୋଇଥିବା । ବିଡିଏ ପକ୍ଷରୁ ଟିପି ସ୍କିମ୍‌ର ଶାଖା ରାସ୍ତାର ଅଗ୍ରଗତି ସମ୍ପର୍କରେ ବିଡିଏ ଉପାଧକ୍ଷ ଅବଗତ ହୋଇଥିଲେ । ମୂଳ ରାସ୍ତା ସରିନଥିବାରୁ ଗାଡି ପଶିପାରୁନି । ତେଣୁ ରାସ୍ତା କାମ ଆଗେଇ ପାରୁନାହିଁ ବୋଲି ଉପସ୍ଥିତ ଅଧିକାରୀ ମତ ରଖିଥିଲେ । ଟିପି ସ୍କିମ୍ ପ୍ଲାନିଂକୁ ଆଉ ଥରେ ଯାଞ୍ଚ କରିବାକୁ ଶ୍ରୀ ରାଣା ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଲକ୍ଷ୍ମୀ ବସ୍ ଚଳାଚଳକୁ ଘରୋଇ ବସ୍ ମାଲିକ ସଂଘର  ବିରୋଧ
  •  
  • ଦୁଇ ଗୋଷ୍ଠୀ ମୁହାଁମୁହିଁ , ୬ ଗିରଫ
  • ୩୧ରେ ଛତିଶଗଡ଼ ଯିବ ମହାନଦୀ କମିଟି
  • ମିଳିଲା ୨.୨୧ ଲକ୍ଷ କିଲୋ ସୁନା,୪ ଭିନ୍ନ ଭିନ୍ନ ସ୍ଥାନରେ ସୁନା ଖଣି ଠାବ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (51)
  • ଦେଶ ବିଦେଶ (466)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,503)
  • ସ୍ପେଶାଲ୍ ରିପୋର୍ଟ (263)
©2026 JBR Samachar | Design: Newspaperly WordPress Theme