Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବିଶ୍ବର ସବୁଠାରୁ ଭଲ ସହର, ଜାଣନ୍ତୁ ଲିଷ୍ଟରେ ରହିଛି ଭାରତର କେଉଁ ସହର ?

Posted on November 21, 2025

ବିଶ୍ୱର ଶ୍ରେଷ୍ଠ ୧୦୦ ସହରର ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ଲଣ୍ଡନ ଶୀର୍ଷରେ ଅଛି। ତାଲିକାରେ ନ୍ୟୁୟର୍କ ଦ୍ୱିତୀୟ ସ୍ଥାନରେ ଅଛି, ତା’ପରେ ପ୍ୟାରିସ୍ ତୃତୀୟ ସ୍ଥାନରେ ଅଛି। ଇପସୋସ୍ ସହିତ ସହଭାଗୀତାରେ ରେଜୋନେନ୍ସ କନସଲଟାନ୍ସି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲଣ୍ଡନ ଲଗାତାର ୧୧ ତମ ବର୍ଷ ପାଇଁ ବିଶ୍ୱର ଶ୍ରେଷ୍ଠ ସହର ପାଲଟିଛି। ୨୦୨୬ ପାଇଁ ବିଶ୍ୱର ଶ୍ରେଷ୍ଠ ସହର ରିପୋର୍ଟରେ ରାଜଧାନୀର ବାକି ସବୁ ଦାବିଦାର ଭଲ ପ୍ରଦର୍ଶନ କରିଛି।

ଏହି ରିପୋର୍ଟରେ ୨୦୨୫-୨୬ ରେ ରହିବା, କାମ କରିବା ଏବଂ ବୁଲିବା ପାଇଁ ବିଶ୍ୱର ଶ୍ରେଷ୍ଠ ୧୦୦ ଟି ସହର ତାଲିକାଭୁକ୍ତ କରାଯାଇଛି। ୟୁରୋପୀୟ ସହରଗୁଡ଼ିକ ରାଙ୍କିଙ୍ଗରେ ଶୀର୍ଷରେ ରହିଛି। ଲଣ୍ଡନ ଶୀର୍ଷ ସ୍ଥାନ ଅଧିକାର କରିଛି। ନ୍ୟୁୟର୍କ ଦ୍ୱିତୀୟ ସ୍ଥାନ ହାସଲ କରିଛି, ତା’ପରେ ପ୍ୟାରିସ୍ ତୃତୀୟ ସ୍ଥାନରେ ରହିଛି। ଟୋକିଓ ଚତୁର୍ଥ, ମାଡ୍ରିଡ୍ ପଞ୍ଚମ ଏବଂ ସିଙ୍ଗାପୁର ଷଷ୍ଠ ସ୍ଥାନରେ ଅଛି। ତାଲିକାରେ ରୋମ ସପ୍ତମ ସ୍ଥାନରେ ରହିଛି, ତା’ପରେ ଦୁବାଇ ରହିଛି, ଯାହା ପଶ୍ଚିମ ଏସିଆର ସର୍ବୋଚ୍ଚ ସ୍ଥାନ ହାସଲ କରିଛି। ବର୍ଲିନ୍ ନବମ ସ୍ଥାନ ଅଧିକାର କରିଛି, ସେଭଳି ବାର୍ସିଲୋନା ଟପ୍ ୧୦ରେ ରହିଛି। ଟୋକିଓ ଏବଂ ସିଙ୍ଗାପୁର ଦୁଇଟି ଏସୀୟ ସହର ଯିଏକି ଯଥାକ୍ରମେ ଚତୁର୍ଥ ଏବଂ ଷଷ୍ଠ ସ୍ଥାନ ହାସଲ କରିଛି।

ଭାରତର ଟେକ୍ ପାୱାରହାଉସ୍ ବେଙ୍ଗାଲୁର, ଯାହାକୁ ପ୍ରାୟତଃ ‘ଭାରତର ସିଲିକନ୍ ଭ୍ୟାଲି’କୁହାଯାଏ, ତାହା ବିଶ୍ୱ ସ୍ତରରେ ୨୯ତମ ସ୍ଥାନରେ ରହିଛି। ଏହା ପରେ ଆର୍ଥିକ ରାଜଧାନୀ ମୁମ୍ବାଇ ୪୦ତମ, ଜାତୀୟ ରାଜଧାନୀ ଦିଲ୍ଲୀ ୫୪ତମ ଏବଂ ହାଇଦ୍ରାବାଦ ୮୨ତମ ସ୍ଥାନରେ ରହିଛି। ରିପୋର୍ଟରେ ବିଶ୍ବର ୨୭୦ ରୁ ଅଧିକ ସହର ମୂଲ୍ୟାଙ୍କନ କରାଯାଇଥିଲା, ଯାହାର ଜନସଂଖ୍ୟା ଦଶ ଲକ୍ଷରୁ ଅଧିକ। ଯାହାଦ୍ବାରା ଏହା ବୁଝିହେବ ଯେ, କେଉଁ ସହର ସବୁଠାରୁ ଭଲ ଅଭିଜ୍ଞତା ପ୍ରଦାନ କରେ । ଏଥିରେ ସହର ଜୀବନର ଭିନ୍ନ ଭିନ୍ନ ଦିଗ, ଯେପରିକି ଶିକ୍ଷା, ସଂସ୍କୃତି, ସଂଯୋଗୀକରଣ, ନାଇଟ୍ ଲାଇଫ୍, ସୁରକ୍ଷା ଏବଂ ଅନ୍ୟାନ୍ୟ ଇଣ୍ଡିକେଟର୍ସର ଷ୍ଟଡି କରାଯାଇଥିଲା। ବାସଯୋଗ୍ୟତା, ସୌହାର୍ଦ୍ଧଭାବ ଏବଂ ସମୃଦ୍ଧି। ସହରରେ ଜୀବନ କେତେ ଆରାମଦାୟକ ଏବଂ ସୁବିଧାଜନକ ? ଜୀବନଯାପନର ଖର୍ଚ୍ଚ, ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱାସ୍ଥ୍ୟ ସେବା ଏବଂ ଲୋକମାନେ ସେଠାରେ କେତେ ଖୁସିରେ ରହୁଛନ୍ତି ? ସେଭଳି ଚାକିରି ସୁଯୋଗ, ଶିକ୍ଷା ଏବଂ ଆୟ ସ୍ତର ଦୃଷ୍ଟିରୁ ଆର୍ଥିକ ଅଭିବୃଦ୍ଧିକୁ କିଭଳି ସେ ସବୁ ଉପରେ ଷ୍ଟଡି କରାଯାଇଥି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ
  • ଅଧିବେଶନ ପୂର୍ବରୁ ମୋଦୀ କହିଲେ, ‘ଏହା ବିଜୟର ଅହଙ୍କାର କିମ୍ବା ନାଟକ କରିବାର ସ୍ଥାନ ନୁହେଁ’
  • କମିବ ଥଣ୍ଡାର ପ୍ରକୋପ; ଆଗାମୀ ୪ଦିନ ବଢିବ ରାତି ତାପମାତ୍ରା
  • ଭୟଙ୍କର ବାତ୍ୟା ‘ସେନ୍ୟାର’ର ତାଣ୍ଡବ: ଦକ୍ଷିଣ-ପୂର୍ବ ଏସିଆରେ ୬ଶହ ଜୀବନହାନି
  • ଆଜିଠୁ ସଂସଦର ଶୀତ ଅଧିବେଶନ, ଦିଲ୍ଲୀ ବ୍ଲାଷ୍ଟକୁ ନେଇ କମ୍ପିବ ଗୃହ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (904)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme