Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦେବକୀ-ବାସୁଦେବଙ୍କୁ ଶ୍ରାଦ୍ଧ ଦେବେ ମହାପ୍ରଭୁ

Posted on November 21, 2025

ଶ୍ରୀମନ୍ଦିରରେ ପବିତ୍ର ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହୋଇଥିବା ବେଳେ ଆଜି ହେଉଛି ଏହାର ତୃତୀୟ ଦିବସ। ଆଜି ମାର୍ଗଶୀର ଶୁକ୍ଲ ପ୍ରତିପଦା ତିଥିରେ ମହାପ୍ରଭୁ ଦେବକୀ ବସୁଦେବଙ୍କୁ ଶ୍ରାଦ୍ଧ ଦେଇ ସାରି ନିଜର ଚଳନ୍ତି ପ୍ରତିନିଧି ଶ୍ରୀ ମଦନମୋହନ ମହାପ୍ରଭୁ ବେନି ଭାର୍ୟ୍ଯାଙ୍କ ସହ ଜଗନ୍ନାଥ ବଲ୍ଲଭରେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଓ ମହାମାତା ଗୁଣ୍ଡିଚାଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାରେ ଦୀପଦାନ କରି ତାଙ୍କର ମହାନ୍ ତ୍ଯାଗକୁ କ୍ରୁତାର୍ଥ କରନ୍ତି।

ମହାରାଜ ଇନ୍ଦ୍ରଦ୍ୟୁମ୍ନ ଶ୍ରୀ ମହାପ୍ରଭୁଙ୍କୁ ନିଜ ବଂଶରେ କେହି ନ ଜାତ ହେବା ଲାଗି ବର ମାଗିଥିଲେ । ତାଙ୍କ ନିଷ୍ଠା ଭକ୍ତିରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ନିଜର ପିତାମାତାର ସ୍ଥାନ ପ୍ରଦାନ କରି ଦେବ ଦୀପାବଳୀର ତୃତୀୟ ଦିବସରେ ତାଙ୍କ ଉଦ୍ଦେଶ୍ଯରେ ଦୀପଦାନ କରନ୍ତି। ଶ୍ରାଦ୍ଧ ବେଶରେ ଆଜି ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରାଦ୍ଧ ଦେଇଥାନ୍ତି ।ଗତ ଦୁଇ ଦିନ ପରି ଦେଉଳରେ ଯେପରି ଶ୍ରାଦ୍ଧ ନୀତି ହେଉଥିଲା ସେଇପରି ଆଜି ମଧ୍ୟ ହେବ । କିନ୍ତୁ ଆଜି ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞା ମାଳ ପାଇବା ପରେ ମହାଜନ ସେବକମାନେ ଠାକୁର , ଠାକୁରାଣୀଙ୍କୁ ହାତରେ ବିଜେ କରାଇ ଜୟ ବିଜୟ ଦ୍ୱାର ଭିତର ପାଖରେ ହୋଇଥିବା ଚାଉଳ ଗଛ ନିକଟରେ ଛିଡା ହୋଇଥାନ୍ତି । ଏଠାରେ ପୂଜାପଣ୍ଡା ଉକ୍ତ ଚାଉଳ ଗଛକୁ ସଂସ୍କାର କରିଥାନ୍ତି । ପଢ଼ିଆରୀ ଜୟବିଜୟ ଦ୍ୱାର ଫିଟାଇଲା ପରେ ମହାଜନମାନେ ଦିଅଁମାନଙ୍କୁ ଝୁଲଣ ମଣ୍ଡପ ତଳେ ଥିବା ବିମାନକୁ ବିଜେ କରିଥାନ୍ତି । ରୁନ୍ଧାବଢି , ମାଳ ଫୁଲ ଲାଗି ହୋଇ ବିମାନ ବଡୁ ମାନଙ୍କ ଦ୍ଵାରା ବିମାନ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିଥାନ୍ତି । ସେଠାରେ ମୁଳିଆ ସୁଆଁସିଆ ଦେଇଥିବା କାଠ ଭଦ୍ରାସନ ଉପରେ ଆସ୍ଥାନ , ପଢ଼ିଆରୀ କରିଥିବା ଚାଉଳ ଗଛରେ ଦୀପ ବସାଇଥାନ୍ତି । ମୁଦିରସ୍ତ ପ୍ରସାଦ ଲାଗି କଲାପରେ ପୂଜାପଣ୍ଡା ଚାଉଳ ଗଛକୁ ସଂସ୍କାର କରିଥାନ୍ତି। ଏହାପରେ ମୁଦିରସ୍ତ ବନ୍ଦାପନା କଲାପରେ ବିଜେ ପ୍ରତିମାମାନେ ଶ୍ରୀମନ୍ଦିର ବାହୁଡା଼ ବିଜେ କରିଥାନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme