
କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦ ମଧ୍ୟରେ କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ମାଲଦା, ନଦିଆ, କୁଚବିହାର ଏବଂ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।

