
ନିଜେ ବୁଣିଥିବା ଜାଲରେ ଫସିଯିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ସମେତ ଅନ୍ୟ ଦେଶ ଉପରେ ଫୁଟାଇଥିବା ଟାରିଫ୍ ବୋମା ଟ୍ରମ୍ପଙ୍କ ଉପରେ ଭାରି ପଡିବ । ଏବେ ସୋୟାବିନ ଆମେରିକା ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଚୀନ ସୋୟାବିନ ଆମଦାନୀ ରୋକ ଲଗାଇବା ପରେ ସଙ୍କଟରେ ପଡିଛନ୍ତି ଆମେରିକା ଚାଷୀ । ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ଅଗଷ୍ଟରେ ଚୀନକୁ ୯୦ ଦିନର ଛାଡ ଦେବା ସମୟରେ ସୋୟାବିନ କିଣିବାକୁ ଗୁହାରି କରିଥିବା ଦେଖିବାକୁ ମିଳିଥିଲା । ଜେନେଭାରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଆଲୋଚନା ପରେ ଶୁଳ୍କକୁ ୩ମାସ ସ୍ଥଗିତ ରଖାଯାଇଥିଲା । ଏବେ ଟ୍ରମ୍ପଙ୍କର ଟାରିଫ୍ ବୋମା ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି । ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସୋୟାବିନ୍ । ଆମେରିକା ସୋୟାବିନ ଚାଷୀ ସମସ୍ୟାରେ ପଡିଛନ୍ତି । ସଙ୍କଟରେ ଫସିଛନ୍ତି ଚାଷୀ । ଯାହାର କାରଣ ଚୀନ । ଆମେରିକା ଟାରିଫ୍ର ଜବାବ ଦେଇ ସୋୟାବିନ କିଣା ଉପରେ ପ୍ରତିବନ୍ଧକ ଲଗାଇଛି ଚୀନ । ଫଳରେ ସୋୟାବିନ ଚାଷୀଙ୍କ ପାଇଁ ବଡ ବଜାରରେ ସାମଗ୍ରୀ ପହଞ୍ଚାଇବା ବନ୍ଦ ହୋଇଛି । ଫଳରେ ୧୨ ଅରବ ଡଲାର କ୍ଷତି ହୋଇଛି । ଚୀନ ସାଧାରଣତଃ ଆମେରିକାଠୁ ସୋୟାବିନର ଏକ-ଚତୁର୍ଥାଶଂ ବିକ୍ରିର ବଡ ବଜାର ହୋଇଛି । ହେଲେ ଗତ ମେ ମାସରୁ ଟ୍ରମ୍ପଙ୍କ ଟାରିଫ୍ ପାଇଁ ଚୀନ ସୋୟାବିନ୍ ଆମଦାନୀ ବନ୍ଦ କରିଥିଲା ।

