Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଲା ଗାଡ଼ିର ଫିଟ୍‌ନେସ୍‌ ଟେଷ୍ଟ୍‌ ଫି

Posted on November 20, 2025

ଦେଶବ୍ୟାପୀ ଗାଡ଼ି ଫିଟ୍‌ନେସ୍ ଟେଷ୍ଟ୍ ଫି’ରେ ବଡ଼ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହାଫଳରେ ଯାନର ଫିଟ୍ନେସ୍ ଟେଷ୍ଟ୍ ଫି’ ପାଖାପାଖି ୧୦ ଗୁଣା ପର୍ଯ୍ୟନ୍ତ ବଢ଼ିଯାଇଛି । ୧୦ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକ ଉପରେ ଅଧିକ ଶୁଳ୍କ ଲାଗୁ ହେବ । ଏହାସହିତ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରଖିବା ବ୍ୟୟବହୁଳ ପାଲଟିବ । ପ୍ରଦୁଷଣକାରୀ ଗାଡ଼ିଗୁଡ଼ିକୁ ସଡ଼କରୁ ହଟାଇବା ଏହାର ଲକ୍ଷ୍ୟ । ସରକାର ଏବେ ଗାଡ଼ିଗୁଡ଼ିକ ପାଇଁ ୩ଟି ଆୟୁ-ଆଧାରିତ ବର୍ଗ ଲାଗୁ କରିଛନ୍ତି । ଏହି ବର୍ଗ ୧୦ରୁ ୧୫ ବର୍ଷ, ୧୫ରୁ ୨୦ ବର୍ଷ ଏବଂ ୨୦ ବର୍ଷରୁ ଅଧିକ ରହିଛି । ଗାଡ଼ିର ଆୟୁ ବଢ଼ିବା ସହିତ ଫି’ ମଧ୍ୟ ବଢ଼ିଚାଲିବ । ସବୁ ପ୍ରକାର ଗାଡ଼ି ଉପରେ ଏ ନିୟମ ଲାଗୁ ହେବ, ଯେଉଁଥିରେ ଦୁଇଚକିଆ, ତିନିଚକିଆ, ଲାଇଟ୍ ମୋଟର ଭେଇକିଲ, ମଧ୍ୟମ ଏବଂ ଭାରୀ ସାମଗ୍ରୀ/ଯାତ୍ରୀ ବାହୀ ଯାନ ଇତ୍ୟାଦି ସାମିଲ । ଏସବୁ ବର୍ଗରେ ୨୦ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଉପରେ ସବୁଠାରୁ ଅଧିକ ଫିଟ୍ନେସ୍ ଟେଷ୍ଟ୍ ଫି’ ଲାଗିବ । ନୂଆ ଫି’ କାରଣରୁ ୨୦ ବର୍ଷରୁ ଅଧିକ ପୁରୁଣା ଟ୍ରକ୍ ଏବଂ ବସ୍ ଉପରେ ଲାଗୁଥିବା ୩,୫୦୦ ଟଙ୍କାର ଫିଟ୍ନେସ୍ ଟେଷ୍ଟ ଫି’କୁ ଏବେ ୨୫,୦୦୦ ଟଙ୍କା କରି ଦିଆଯାଇଛି ।

ସେହିଭଳି ମିଡିୟମ କମର୍ସିଆଲ ଯାନ ଉପରେ ୧୮୦୦ ଟଙ୍କା ଫି’ ଥିଲା, ଯାହା ଏବେ ୨୦,୦୦୦ ଟଙ୍କା ହୋଇଛି । ହାଲୁକା ମୋଟର ଯାନ (୨୦ ବର୍ଷରୁ ଅଧିକ ପୁରୁଣା କାର)ର ଫି’ ଏବେ ୧୫,୦୦୦ ଟଙ୍କା, ତିନିଚକିଆ(୨୦ ବର୍ଷରୁ ଅଧିକ ପୁରୁଣା)ର ଫି’ ୭,୦୦୦ ଟଙ୍କା, ଦୁଇଚକିଆ(୨୦ ବର୍ଷରୁ ଅଧିକ ପୁରୁଣା)ର ଫି’ ୨,୦୦୦ ଟଙ୍କା ହୋଇଛି । କେବଳ ପୁରୁଣା ଯାନ ନୁହେଁ ୧୫ ବର୍ଷରୁ କମ୍ ଆୟୁଯୁକ୍ତ ଗାଡ଼ିଗୁଡ଼ିକର ଫିଟ୍ନେସ୍ ଫି’ ବଢ଼ିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme