Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ: ବନ୍ଧୁକ ମୁନରେ ଲୁଟିନେଲେ ସାଢ଼େ ତିନି ଲକ୍ଷ

Posted on November 20, 2025

କୋଇଡ଼ା ଖଣି ଅଞ୍ଚଳରେ ପୁଲିସକୁ ଡକାୟତ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ୧୦ ଦିନ ତଳେ କୋଇଡାର ରେଙ୍ଗାଲବେଡା ଠାରେ ମୁଖାପିନ୍ଧା ଦୁର୍ବୃତ୍ତ ସଶସ୍ତ୍ର ଡକାୟତି କରିଥିଲେ ।

ପୁଣି ବୁଧବାର ରାତିରେ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଓ ଛୁରୀ ଦେଖାଇ କୋଇଡ଼ା ମୁଖ୍ୟ ଛକରେ ଥିବା ତାରିଣୀ ପରିବହନ ନାମକ ଏକ ଘରୋଇ ସଂସ୍ଥାର କାର୍ଯାଳୟରେ ପଶି ସାଢେ ୩ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଦୁର୍ବୃତ୍ତମାନେ କାର୍ଯ୍ୟାଳୟର ସିସିଟିଭି ଭାଙ୍ଗିବା ସହିତ ହାର୍ଡ ଡିସ୍କ୍ ନେଇଯାଇଛନ୍ତି।

କୋଇଡ଼ା ଏକ ଖଣି ଅଞ୍ଚଳ ହୋଇଥିବାରୁ ଏଠାରେ ରାତି ତମାମ ପରିବହନ କାର୍ଯ୍ୟାଳୟ ଚାଲିଥାଏ । ଗାଡ଼ି ଚାଳକମାନଙ୍କୁ ଆଡଭାନ୍ସ ଦେବାକୁ ନଗଦ ଟଙ୍କା ମଧ୍ୟ କାର୍ଯ୍ୟାଳୟରେ ରଖାଯାଇଥାଏ । ଏହାର ସୁଯୋଗ ନେଇ ଏହି ଅଞ୍ଚଳରେ ବାରମ୍ବାର ଡକାୟତି ବଢି ଚାଲିଛି । କୋଇଡ଼ା ଥାନା ଅଞ୍ଚଳ ତଥା ବଣାଇଁ ଉପଖଣ୍ଡ ସବୁଠି ବଡଧରଣର ଲୁଟ୍‌ ଚାଲିଛି ।

ହେଲେ ଲୁଟେରାଙ୍କ ଟେର୍ ପୁଲିସ ପାଇପାରୁନି । ଅନ୍ୟପଟେ ଡକାୟତଙ୍କୁ କାବୁ କରିବା ପାଇଁ ଯାଇଥିବା ପୁଲିସ ଟିମ୍‌ର ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି । ପୁଲିସ ଟିମ୍‌ ଗାଡ଼ିରୁ ଓହ୍ଲାଉଥିବା ବେଳେ ବିପରିତ ଦିଗରୁ ଡକାୟତମାନେ ଅସି ଗାଡ଼ି ଚଢ଼ାଇ ତାଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି ।

ସମ୍ପୃକ୍ତ ଚାଳକ ବେସରକାରୀ ଭାବେ ଥାନା ଗାଡ଼ି ଚାଳକ ଭାବେ କାମ କରୁଥିଲେ। ତାଙ୍କ ନାଁ ରାହୁଲ ସଫର ବୋଲି ଜଣାପଡ଼ିଛି। ଘଟଣାସ୍ଥଳରେ କୋଇଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme