Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନୁଗୋଳ ଜିଲ୍ଲା ତାଳଚେର ଠାରେ ସାଂସଦ କ୍ରୀଡା ଉତ୍ସବ ଉଦ୍ଘାଟନ।

Posted on November 20, 2025

ଅନୁଗୋଳ ଜିଲ୍ଲା ତାଳଚେର ସାଉଥ ବଲଣ୍ଡା ବ୍ଲାକ ଡାଇମଣ୍ଡ ଷ୍ଟାଡିୟମ ଠାରେ ସାଂସଦ ଖେଳ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହା ଦୁଇଦିନ ଧରି ଚାଲିବାକୁ ଥିବାବେଳେ ଏଥିରେ ତାଳଚେର ବ୍ଲକ କ୍ଷେତ୍ରର ବିଭିନ୍ନ ସ୍କୁଲର କନିଷ୍ଠ ବିଭାଗରେ ୧୪ ରୁ ୧୭ ବର୍ଷ ଏବଂ ବରିଷ୍ଠ ବିଭାଗରେ ୧୮ ରୁ ୨୩ ବର୍ଷ ପାଇଁ କ୍ରୀଡ଼ା ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଫିଟ୍ ଇଣ୍ଡିଆ’ ଏବଂ ‘ଖେଲୋ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢ଼ାଇବା ପାଇଁ ଏହି ସାଂସଦ ଖେଳ ମହୋତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ , ଉପ ଜିଲ୍ଲାପାଳ ସମୀର ଜେନା ଓ ତାଳଚେର ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ। ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ଥିବା ୬ଗୋଟି ବିଧାନସଭା କ୍ଷେତ୍ରରେ ଏହି ସାଂସଦ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଗ୍ରାମାଞ୍ଚଳର ଲୋକାୟତ ପ୍ରତିଭାକୁ ବିଶ୍ୱ ଦରବାରରେ ଆଣିବା ସହ ଭାରତକୁ କ୍ରୀଡା କ୍ଷେତ୍ରରେ ଆଗକୁ ନେବା ଓ ଗ୍ରାମାଞ୍ଚଳରେ ଥିବା କ୍ରୀଡା ପ୍ରତିଭାକୁ ଚିହ୍ନଟ କରି ରାଜ୍ୟ ତଥା ଜାତୀୟ ସ୍ତରରେ ସେମାନଙ୍କୁ ପ୍ରୋଛାହିତ କରିବାର ବ୍ୟବସ୍ଥା ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme