ରାଜ୍ୟରେ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏହି ବୈଠକ ଅନୁଷ୍ଠିତ ହେବ।
ସରକାରଙ୍କ ବିଭିନ୍ନ ବିଭାଗରୁ ଆସିଥିବା କିଛି ମହତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ କ୍ୟାବିନେଟରେ ମୋହର ଲାଗିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।
ଆସନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନରେ ଉପସ୍ଥାପନ ହେବାକୁ ଥିବା ଅତିରିକ୍ତ ବଜେଟ ପାଇଁ କ୍ୟାବିନେଟର ଅନୁମୋଦନ ମଧ୍ୟ ଏଥିରେ ମିଳିବା ଆଶା କରାଯାଉଛି।
ସରକାରୀ ଯୋଜନା, ଆର୍ଥିକ ପ୍ରସ୍ତାବ ଓ ପ୍ରଶାସନିକ ବିଷୟଗୁଡ଼ିକ ନେଇ ମଧ୍ୟ ଆଲୋଚନା ହେବା ଉପକ୍ରମ ରହିଛି।
