
ଭୁବନେଶ୍ୱର ସାଲିଆ ସାହିରେ ଦ୍ବିତୀୟ ଦିନ ପଣି ଉଚ୍ଛେଦ ଅଭିଯାନ ଜାରି ରହିବ। ଆଜି ମଧ୍ୟ ବୁଲିବ ବୁଲଡୋଜର। ପୋଲିସ, ବିଏମସି ଓ ବିଡିଏ ଅଧିକାରୀମାନେ ସକାଳୁ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
ପ୍ରଥମ ଦିନରେ ୩୦ରୁ ଅଧିକ ଘର ଭଙ୍ଗାଯାଇଥିବାବେଳେ, ମୋଟ ୫୧୭ଟି ଜବରଦଖଲ ଘର ଉଚ୍ଛେଦ କରାଯିବାକୁ ଥିବା ସୂଚନା ମିଳିଛି। ବିଏମସି ଓ ବିଡିଏ ମିଳିତ ଭାବେ ଏହି ଅଭିଯାନ ଚାଲାଉଛନ୍ତି।
ଏକାମ୍ର କାନନରୁ ଅନ୍ଧାରୁଆ ପର୍ଯ୍ୟନ୍ତ ୧୩ କିମି ରାସ୍ତା ନିର୍ମାଣ ପ୍ରକଳ୍ପ ପାଇଁ ଏହି ଉଚ୍ଛେଦ କାର୍ଯ୍ୟ ହେଉଛି। ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ଅନ୍ୟପଟେ, ଉଚ୍ଛେଦ ପରେ ଶୀତ ରାତିରେ ବସ୍ତିବାସୀଙ୍କ ଜୀବନ କଷ୍ଟକର ହୋଇପଡ଼ିଛି। ପିଲା ଛୁଆଙ୍କୁ ନେଇ ପାଲ ତଳେ ବିତାଇଛନ୍ତି ରାତି, ଯାହା ନେଇ ଅଭିଯୋଗ ଓ କଷ୍ଟବୋଧ ବୃଦ୍ଧି ପାଇଛି। ଅଭିଯାନ ଆଜି ଦିନଭରି ଜାରି ରହିବାକୁ ଥିବା ସୂଚନା ମିଳିଛି।
