Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡ୍ରପ୍‌ଆଉଟ୍‌ ହ୍ରାସ ନେଇ ଓସେପାର ପଦକ୍ଷେପ, ଯୁକ୍ତ ଦୁଇ ଯାଏ ମାଗଣା ପାଠପଢ଼ା

Posted on November 19, 2025

ଡ୍ରପ୍‌ଆଉଟ୍‌ ହ୍ରାସ ପାଇଁ ଅଣ୍ଟା ଭିଡ଼ିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ଯେପରି କେହି ନିରକ୍ଷର ନ ରହିବେ ସେଥିଲାଗି ପଦକ୍ଷେପ ନିଆଯାଇଛି। ସେଥିଲାଗି ଯୁକ୍ତ ଦୁଇ ଯାଏ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ପାଠପଢ଼ାର ସୁଯୋଗ ମିଳିବ । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଏ ନେଇ ଜାତୀୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ସହ ଓସେପା ଏକ ଚୁକ୍ତି ସ୍ୱାକ୍ଷର କରିଛି ।

ଚୁକ୍ତି ଅନୁଯାୟୀ, ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ମାଗଣାରେ ପାଠପଢ଼ିବାର ସୁଯୋଗ ପାଇବେ । ରାଜ୍ୟ ମୁକ୍ତ ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ରହିଥିଲା । ଦଶମ ଶ୍ରେଣୀ ପରେ ନାମ ଲେଖାଇବାକୁ ହେଲେ ଏନ୍‌ଆଇଓଏସ୍‌ ୨୬୦୦ ଟଙ୍କା ଫି ନେଉଥିଲା । ଯାହାକୁ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାର ବହନ କରିବେ । ଏନେଇ ଓସେପା ଓ ଏନ୍‌ଆଇଓଏସ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଛି ।

ଓସେପା ଅଧିକାରୀଙ୍କ କହିବା କଥା, ଏହା ଦ୍ୱାରା ରାଜ୍ୟରେ ବଢ଼ୁଥିବା ଡ୍ରପ୍‌ଆଉଟ୍‌ ହାର ନିଶ୍ଚିତ ଭାବେ କମିବ । ରାଜ୍ୟରେ ନବମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଡ୍ରପ୍‌ ଆଉଟ୍‌ ହାର ବଢ଼ୁଛି । ମୁକ୍ତ ବିଦ୍ୟାଳୟ ନାମଲେଖା ଦ୍ୱାରା ଏହା ହ୍ରାସ ପାଇବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme