Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସ୍କୁଲ ପାଖ ତେଜରାତି ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ ।

Posted on November 19, 2025

ସ୍କୁଲ ପାଖ ଦୋକାନରେ ମଦ ବିକ୍ରି କରି ବନ୍ଧା ହେଲେ ପୂର୍ବତନ ସରପଞ୍ଚଙ୍କ ପୁଅ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ଗାଁ ସ୍ଥିତ ରୋଡ଼ କୁନ୍ଦନଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଖକୁ ଲାଗି ଥିବା ତେଜରାତି ଦୋକାନରେ ମଦ ବିକ୍ରି କରୁଥିବା ବେଳେ ମାଡି ବସିଥିଲା ପରଜଙ୍ଗ ପୋଲିସ। ଏଥିରେ ସମ୍ପୃକ୍ତ ରୋଡ଼ ଗ୍ରାମ ପଂଚାୟତର ପୂର୍ବତନ ସରପଞ୍ଚଙ୍କ ପୁଅ ସଂଗ୍ରାମ ଶେଖର ସାହୁ ଗିରଫ ହୋଇଛନ୍ତି। ତାଙ୍କ ଠାରୁ ପ୍ରାୟ ୧୫ ଲିଟରରୁ ଅଧିକ ବିଦେଶୀ ମଦ ଜବତ କରାଯାଇଛି। ତେବେ ଗତ କିଛି ଦିନ ତଳେ ସେ ଖୋଲେମ ଖୋଲା ମଦ ବିକ୍ରି କରୁଥିବାର ଏକ ଭିଡିଓ ଭାଇରଲ ହୋଇଥିଲା। ଏପରିକି ରୋଡ଼ ଗ୍ରାମ ପଞ୍ଚାୟତ ଏବଂ ଦୋଳଗୋବିନ୍ଦ ଗ୍ରାମ କମିଟି ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ଦିଆଯାଇଥିଲା। ଯାହାକୁ ଆଧାର କରି ପରଜଙ୍ଗ ଥାନା ଏସଆଇ ଦେବଗ୍ରାହୀ ମହାନ୍ତି ଏବଂ ତାଙ୍କର ଟିମ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ତେଜରାତି ଦୋକାନରୁ ବିଦେଶୀ ମଦ ଜବତ କରାଯାଇଥିଲା। ତେବେ ନିକଟରେ ସ୍କୁଲ ଏବଂ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଥିବାରୁ ଲୋକଙ୍କ ପ୍ରତି ଏହା ଏକ ବଡ଼ ପ୍ରଭାବ ପକାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ପରଜଙ୍ଗ ପୋଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme