Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆହୁରି କମିବ ଜାଡ଼, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

Posted on November 19, 2025

ରାଜ୍ୟରେ ଆହୁରି କମିବ ଥଣ୍ଡା। ମଙ୍ଗଳବାର ଅନେକ ସ୍ଥାନରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିଛି । ଆସନ୍ତା ୨ରୁ ୩ ଦିନ ଭିତରେ ପାରଦ ଆହୁରି ୨ରୁ ୩ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗୁରୁବାର ରାତିରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ କମିବା ସହ ସ୍ୱାଭାବିକ ତାପମାତ୍ରା ଅନୁଭୂତ ହେବ । ଭୁବନେଶ୍ୱର, ଖୋର୍ଦ୍ଧା, ଗୋପାଳପୁରରେ ୧୭ ଡିଗ୍ରୀ, ଛତ୍ରପୁର ଓ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ୱରରେ ରାତି ତାପମାତ୍ରା ୧୮ ଡିଗ୍ରୀ ରହିବ । ପୁରୀରେ ତାପମାତ୍ରା ୨୦ ଡିଗ୍ରୀ ରହିବା ସହ ଶୀତ ଅନେକାଂଶରେ କମିଯିବ । ଜି.ଉଦୟଗିରି ପୁଣି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୫.୬ ଡିଗ୍ରୀ ରେକର୍ଡ ହୋଇଛି । ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ୮ ଡିଗ୍ରୀ ରହିଥିଲା ।

ରବିବାର ରାତିରେ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ଥିଲା, ସୋମବାର ୮ ଡିଗ୍ରୀ ହୋଇଛି । ସେମିଳିଗୁଡ଼ାରେ ପାରଦ ୬.୧ ଡିଗ୍ରୀରୁ ୭.୭ ଡିଗ୍ରୀକୁ ବଢ଼ିଛି । ରାଉରକେଲାରେ ୧୦ ଡିଗ୍ରୀରୁ ୧୧.୫ ଡିଗ୍ରୀକୁ ବଢ଼ିଛି । କୋରାପୁଟରେ ୧୦.୮ ଡିଗ୍ରୀରୁ ୧୧.୫ ଡିଗ୍ରୀ, କେନ୍ଦୁଝରରେ ୧୧ ଡିଗ୍ରୀରୁ ୧୨.୬ ଡିଗ୍ରୀ, କିରେଇରେ ୧୧ ଡିଗ୍ରୀରୁ ୧୧.୫ ଡିଗ୍ରୀ, ଢେଙ୍କାନାଳରେ ୧୨ରୁ ୧୩ ଡିଗ୍ରୀକୁ ବଢ଼ିଛି । ଅନୁଗୁଳରେ ୧୦.୨ ଡିଗ୍ରୀରୁ ୯.୮ଡିଗ୍ରୀକୁ ଖସିଛି । ସେହିଭଳି ଚିପିଲିମାରେ ୧୦.୨ ଡିଗ୍ରୀରୁ ୯.୭ ଡିଗ୍ରୀକୁ ଖସିଛି । କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ୧୨.୯ ଡିଗ୍ରୀରୁ ୧୪.୧ ଡିଗ୍ରୀକୁ ବଢ଼ିଛି । କଟକରେ ୧୩.୨ ଡିଗ୍ରୀରୁ ୧୪ ଡିଗ୍ରୀକୁ ବଢ଼ିଛି । ଝାରସୁଗୁଡ଼ାରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିଥିଲା । ରବିବାର ଏହା ୧୧.୬ ଡିଗ୍ରୀ ଥିବାବେଳେ ମଙ୍ଗଳବାର ସାମାନ୍ୟ କମିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୪ ଡିଗ୍ରୀ କମିଛି । ସମ୍ବଲପୁରରେ ୧୩.୮, ହୀରାକୁଦରେ ୧୪.୮, ଗୋପାଳପୁରରେ ୧୫.୪, ପାରାଦୀପରେ ୧୬.୬, ବାଲେଶ୍ୱରରେ ୧୭, ଚାନ୍ଦବାଲିରେ ୧୭.୨ ଓ ପୁରୀରେ ରାତି ତାପମାତ୍ରା ୧୮ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ସ୍ୱାଭାବିକଠାରୁ ପାଖାପାଖି ୫ ଡିଗ୍ରୀ କମ୍‌ ରେକର୍ଡ ହୋଇଥିବାବେଳେ କଟକରେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ କମ୍‌ ରହିଛି । ଭବାନୀପାଟଣାରେ ସ୍ୱାଭାବିକଠାରୁ ୪.୨ ଡିଗ୍ରୀ, ହୀରାକୁଦରେ ୪ ଡିଗ୍ରୀ ଓ ବଲାଙ୍ଗୀରରେ ୩.୮ ଡିଗ୍ରୀ କମ୍‌ ରେକର୍ଡ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme