Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଦିଲ୍ଲୀକୁ ପୁଣି ବୋମା ଧମକ: ସ୍କୁଲ-କୋର୍ଟ ଉଡ଼ାଇ ଦେବାକୁ ଫୋନ୍ କଲ୍‌ରେ ଧମକ

Posted on November 18, 2025


ଦିଲ୍ଲୀକୁ ପୁଣି ବୋମା ଧମକ ଦିଆଯାଇଛି । ଦୁର୍ବୃତ୍ତମାନେ ଫୋନ୍ କରି ସ୍କୁଲ ସହିତ କୋର୍ଟକୁ ଉଡ଼ାଇ ଦେବାକୁ ଧମକ ଦେଇଛନ୍ତି । ଏଥର ଦିଲ୍ଲୀର ସାକେତ କୋର୍ଟ ଏବଂ ଦୁଇଟି ସିଆରପିଏଫ୍ ସ୍କୁଲକୁ ଧମକ ମିଳିଛି । କୋର୍ଟ ପରିସରକୁ ଉଡ଼ାଇ ଦେବା ପାଇଁ ଧମକ ମିଳିବା ପରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବହୁ ସଂଖ୍ୟାରେ ପୁଲିସ ଏବଂ ବୋମା ନିରୋଧକ ତଥା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସାକେତ କୋର୍ଟର ସମଗ୍ର ପରିସରକୁ ତୁରନ୍ତ ଖାଲି କରାଯାଇ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି । କୋର୍ଟ ଏବଂ ସ୍କୁଲ୍ ପରିସରରେ ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି । ଧମକ ଦେଇଥିବା ବ୍ୟକ୍ତିର ଫୋନ୍ ସୁଇଚ୍ ଅଫ୍ ଥିବା ଜଣାପଡ଼ିଛି । ଏହି ଘଟଣା ସକାଳ ପ୍ରାୟ ୯ଟା ସମୟରେ ଜଣାପଡ଼ିଥିଲା । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଦିଲ୍ଲୀର ପ୍ରଶାନ୍ତ ବିହାର ଏବଂ ଦ୍ୱାରକାରେ ଥିବା ସିଆରପିଏଫ୍‌ ସ୍କୁଲଗୁଡ଼ିକୁ ଏକକାଳୀନ ଇ-ମେଲ୍ ମାଧ୍ୟମରେ ମଧ୍ୟ ବୋମା ଧମକ ମିଳିଥିଲା । ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନ ଲିଭୁଣୁ ଏହି ଧମକ ସାଧାରଣ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ସେଥିପାଇଁ ଧମକ କଲ୍‌ ଆସିବା ପରେ ସିଆରପିଏଫ୍‌ ସ୍କୁଲର ସମସ୍ତ ପିଲାମାନଙ୍କୁ ଘରକୁ ପଠାଇଦିଆ ଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme