ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଆରମ୍ଭ ହୋଇଛି ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀ। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ସମ୍ମିଳନୀରେ ଦୁଇ ଦିନ ଧରି ବିଭିନ୍ନ ବିଷୟରେ ସେସନ ୱାରୀ ଆଲୋଚନା ହେବ। ଶାସନ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ ଓ ଦକ୍ଷ କରିବା ପାଇଁ ଜିଲ୍ଲାପାଳ ଓ ଏସପିମାନଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁମନ୍ତ୍ର ଦେବେ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ଅନୁସରଣ କରି ରାଜସ୍ୱ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଦ୍ୱାରା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ହେବ।
ଶାସନ ବ୍ୟବସ୍ଥାରେ ଅଧିକ ଦ୍ରୁତି, କାର୍ଯ୍ୟକୁଶଳତା ଓ ପ୍ରଜାନୁକୂଳ ସେବା ନିଶ୍ଚିତ କରିବାକୁ ନେଇ ଏହି ସମ୍ମିଳନୀରେ ମନ୍ତ୍ରୀମାନେ ଟିପ୍ସ ଓ ନିର୍ଦ୍ଦେଶ ଦେବେ ବୋଲି ଅଧିକୃତ ସୂତ୍ରରୁ ଜଣାପଡ଼ିଛି।
