Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ୟୁକ୍ରେନ ଉପରେ ରୁଷର ପ୍ରଚଣ୍ଡ ହମ୍‌ଲା, ୫୮୦ ଡ୍ରୋନ୍, ୪୦ଟି ମିସାଇଲ ସହ ୨୦ରୁ ଅଧିକ ବ୍ଲାଷ୍ଟ

Posted on November 18, 2025

ୟୁକ୍ରେନ୍ ଉପରେ ରୁଷ୍ ପ୍ରଚଣ୍ଡ ଆକ୍ରମଣ କରିଛି । ଏଥିରେ ଅନେକ ଆବାସିକ ଅଞ୍ଚଳ ଧ୍ୱଂସସ୍ତୁପ ହୋଇଛି । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସକି କହିଛନ୍ତି ଯେ, ରାତିସାରା ରୁଷ ମିସାଇଲ ମାଡ଼ କରିଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । କ୍ଷେପଣାସ୍ତ୍ର ଆକ୍ରମଣରେ ତିନି ଜଣ ପ୍ରାଣ ହରାଇଛନ୍ତି ।

ଟେଲିଗ୍ରାମରେ ଏକ ବିବୃତ୍ତିରେ, ଜେଲେନ୍ସକି କହିଛନ୍ତି ଯେ, ରୁଷ ୟୁକ୍ରେନର ଆବାସିକ ଅଞ୍ଚଳ, ଭିତ୍ତିଭୂମି ଏବଂ ନାଗରିକ ନିର୍ମାଣ କମ୍ପାନୀଗୁଡ଼ିକୁ ଟାର୍ଗେଟ କରି ୫୮୦ ଡ୍ରୋନ୍ ଏବଂ ୪୦ଟି ମିସାଇଲ ନିକ୍ଷେପ କରିଛି । ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ରାତିତମାମ, ୟୁକ୍ରେନ ଏକ ବଡ଼ ରୁଷିଆ ଆକ୍ରମଣର ଶିକାର ହୋଇଛି। ଏପରି ଆକ୍ରମଣ ଏକ ସାମରିକ ଆବଶ୍ୟକତା ନୁହେଁ, ବରଂ ନାଗରିକମାନଙ୍କୁ ଆତଙ୍କିତ କରିବା ଏବଂ ଆମର ଭିତ୍ତିଭୂମିକୁ ନଷ୍ଟ କରିବା ପାଇଁ ଏକ ସୁଚିନ୍ତିତ ରୁଷିଆ ରଣନୀତି।”

ଭଙ୍ଗା ଝରକା ଏବଂ ଭୁଶୁଡ଼ି ପଡ଼ିଥିବା ଛାତ ସହିତ କ୍ଷତିଗ୍ରସ୍ତ କୋଠାଗୁଡ଼ିକର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ୟୁକ୍ରେନର ନିପର ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୬ ଜଣ ଆହତ ହୋଇଛନ୍ତି । ଉତ୍ତରରେ ଚେର୍ନିହିଭ୍ ଅଞ୍ଚଳ ଏବଂ ପଶ୍ଚିମରେ ଖମେଲନିଟସ୍କି ଅଞ୍ଚଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ସ୍ଥାନରେ, ଘର ଏବଂ କାରରେ ନିଆଁ ଲାଗିଯାଇଛି, ଏବଂ କୃଷି ଗୋଦାମ ପୋଡ଼ି ଯାଇଥିବା ଜଣାପଡ଼ିଛି । ୟୁକ୍ରେନ ବାୟୁସେନା ଅନୁଯାୟୀ, ୫୫୨ ଡ୍ରୋନ୍ ଏବଂ ୩୧ କ୍ଷେପଣାସ୍ତ୍ର ଖସାଇ ଦିଆଯାଇଛି । ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସହଯୋଗୀମାନଙ୍କୁ ସାମରିକ ସହାୟତା ପ୍ରଦାନ କରିବାକୁ ଏବଂ ମସ୍କୋ ଉପରେ କଟକଣା ଲଗାଇବାକୁ ଅପିଲ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme