Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଜାନୁଆରୀ ୨୩ରୁ ଖଣ୍ଡଗିରି ମହାକୁମ୍ଭମେଳା: ସାଧୁସନ୍ଥଙ୍କ ଲାଗିବ ଗହଳି

Posted on November 18, 2025

ସାଧୁସନ୍ଥଙ୍କର ଲାଗିବ ଗହଳି । ହୋମ ଯଜ୍ଞରେ କମ୍ପିବ ଖଣ୍ଡମଣ୍ଡଳ । ଦୂରଦୂରାନ୍ତରରୁ ବେପାରୀ ଆସି ଖୋଲିବେ ଷ୍ଟଲ । ୨୦୨୬ ଜାନୁଆରୀ ୨୩ରେ ଆରମ୍ଭ ହେବ ଖଣ୍ଡଗିରିର ମହାକୁମ୍ଭମେଳା । ଯାହା ଫେବ୍ରୁଆରୀ ପହିଲାଯାଏ ଚାଲିବ । ଏହି ଉପଲକ୍ଷେ ପ୍ରକାଶ ପାଇବ ସ୍ମରଣିକା । ୧୪୪ଜଣଙ୍କୁ କୁମ୍ଭମେଳାର ସାଧୁସନ୍ଥ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏ ବର୍ଷ କୁମ୍ଭମେଳାରେ ଭାରତର ବିଭିନ୍ନ ପ୍ରାନ୍ତରୁ ହଜାରରୁ ଊଦ୍ଧ୍ୱର୍ ସାଧୁସନ୍ଥ ଯୋଗଦେବେ । କାରଣ ମାଘ ପୂର୍ଣ୍ଣିମାରେ ରବି ପୁଷ୍ୟା ଯୋଗ ପଡ଼ୁଥିବାରୁ ଏହା ଏକ ମହାନ୍ ସଂଯୋଗ ବୋଲି ଖଣ୍ଡଗିରି ସ୍ଥିତ ପାଦୁକା ଆଶ୍ରମରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ଅଧ୍ୟକ୍ଷ ତଥା କୁମ୍ଭମେଳାର ଆବାହକ ।

ଏ ସମ୍ପକରେ ସୂଚନା ଦେଇ ସେ କହିଛନ୍ତି ଯେ, ସନାତନ ବୈଦିକ ଧର୍ମ ନୀତି ଅନୁଯାୟୀ ପଞ୍ଚ ମହାଯଜ୍ଞ ପାଳନ କରାଯିବ । ଏଥର କୁମ୍ଭମେଳାରେ ସାଧୁସନ୍ଥମାନେ କୌଣସି ଗୁଣି, ଗାରେଡି, ଝଡ଼ା ଫୁଙ୍କା ରୋଗ ପ୍ରଭୃତି ଭଲ ହେବା ଅପସଂସ୍କୃତିକୁ ପ୍ରଶ୍ରୟ ଦେବେ ନାହିଁ । ଏହି ଅବସରରେ ବାବା ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦର ସୁବର୍ଣ୍ଣ ଜୟନ୍ତୀ ତଥା କଳି ପ୍ରବେଶ ୫୧୨୬ ବର୍ଷ ପୂର୍ତ୍ତି ପାଳନ କରାଯିବ ବୋଲି କହିଥିଲେ । ଭୁବନେଶ୍ୱର ମହାନଗର ନିଗମ ଓ ଓଡ଼ିଶା ସଂସ୍କୃତି ବିଭାଗ ଚଳିତ କୁମ୍ଭମେଳା-୨୦୨୫ ହାତକୁ ନେଇଛନ୍ତି । ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି, ବାବୁ ପ୍ରଧାନ, ଖଣ୍ଡଗିରିର ବିଶିଷ୍ଟ ବ୍ୟକ୍ତିବିଶେଷ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ସଂଯୋଜକ ଆଶ୍ରମର ଶ୍ରଦ୍ଧାଳୁ, ସାଧୁସନ୍ଥଉପସ୍ଥିତ ଥିଲେ । ଶାନ୍ତିପାଠ ପୂର୍ବକ ସଭାକାର୍ଯ୍ୟ ସମାପ୍ତ କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme