Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାରୁ ଏଲ୍‌ପିଜି ଆମଦାନୀ କରିବ ଭାରତ

Posted on November 18, 2025

ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ପାଇଁ ଭାରତ ବୁଝାମଣା ଚଳାଇଥିବାବେଳେ ଭାରତୀୟ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆସନ୍ତାବର୍ଷରୁ ସେଠାରୁ ବାର୍ଷିକ ୨.୨ ନିୟୁତ ଟନ୍‌ (ଏମ୍‌ଟିପିଏ) ତରଳୀକୃତ ପେଟ୍ରୋଲିୟମ୍‌ ଗ୍ୟାସ୍‌ (ଏଲ୍‌ପିଜି) ଆମଦାନୀ କରିବାକୁ ଯାଉଛନ୍ତି। ଏଥିପାଇଁ ଏକବର୍ଷିଆ ଚୁକ୍ତି ସ୍ବାକ୍ଷରିତ ହୋଇଥିବା ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର ସୂଚନା ଦେଇଛନ୍ତି। ଏହା ଭାରତର ବାର୍ଷିକ ଏଲପିଜି ଆମଦାନୀର ପ୍ରାୟ ୧୦% ହୋଇଥିବାବେଳେ ଭାରତୀୟ ବଜାର ପାଇଁ ଏହା ପ୍ରଥମ ସଂରଚିତ ଆମେରିକୀୟ ଏଲପିଜି ଚୁକ୍ତି। ମନ୍ତ୍ରୀ ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ଏହି ଚୁକ୍ତି ଆମେରିକା ସହ ଭାରତର ବାଣିଜ୍ୟ ବଳକା କମାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତରୁ ଆମଦାନୀ ସାମଗ୍ରୀ ଉପରେ ପୂର୍ବରୁ ୨୫ ପ୍ରତିଶତ ଜବାବୀ ଶୁଳ୍କ ଲଗାଇଥିଲେ। ରୁଷିଆଠାରୁ ଭାରତ ତୈଳ କିଣି ଏହାକୁ ୟୁକ୍ରେନ୍‌ ବିରୋଧୀ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଣରେ ସହାୟତା କରୁଥିବା ଟ୍ରମ୍ପ୍‌ ଅଭିଯୋଗ କରିବା ସହ ପୁଣି ୨୫% ଟାରିଫ କଷିଥିଲେ। ତେବେ ଭାରତ ରୁଷିଆରୁ ତୈଳ କିଣା ବନ୍ଦ କରିବ ବୋଲି ରାଜି ହୋଇଥିବା ଟ୍ରମ୍ପ୍‌ ନିକଟରେ କହିଥିଲେ।
ଭାରତ ଏହାର ଏଲ୍‌ପିଜି ଆବଶ୍ୟକତାର ୬୫ ପ୍ରତିଶତ କାତାର, ୟୁଏଇ, ସାଉଦି ଆରବରୁ ଆମଦାନୀ କରିଥାଏ। ଆମେରିକାରୁ ଗ୍ୟାସ୍‌ କିଣିବା ପାଇଁ ଚୁକ୍ତିନାମା ହୋଇଥିବାରୁ ଭାରତର ଇନ୍ଧନ ଅବଶ୍ୟକତା ମେଣ୍ଟାଇବାରେ ଏହାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଅନ୍ୟ ଦେଶରୁ କିଣାଯାଉଥିବା ଏଲ୍‌ପିଜି ତୁଳନାରେ ଏହା ଶସ୍ତା ହେବ ବୋଲି କୁହାଯାଉଛି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ (ବିପିସିଏଲ) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ)ର ଅଧିକାରୀମାନଙ୍କ ଏକ ଟିମ୍‌ ଜୁଲାଇ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଇ ସେଠାର ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟର ମାନଦଣ୍ଡ ଭାବରେ ମାଉଣ୍ଟ ବେଲଭିଉ ଉପରେ ଆଧାରିତ ଏହି ଆଲୋଚନା ପରେ ଚୁକ୍ତିନାମା ଚୂଡ଼ାନ୍ତ ହୋଇଛି। ପିଏସ୍‌ୟୁ ତୈଳ କମ୍ପାନୀଗୁଡ଼ିକ ସାରା ଦେଶରେ ସର୍ବନିମ୍ନ ଦରରେ ଏଲପିଜି ଯୋଗାଣ ସୁନିଶ୍ଚିତ କରିଛନ୍ତି। ଗତବର୍ଷ ବିଶ୍ୱ ଏଲପିଜି ମୂଲ୍ୟ ୬୦%ରୁ ଅଧିକ ବୃଦ୍ଧି ପାଇଥିଲା। ପ୍ରକୃତ ମୂଲ୍ୟ ୧୧୦୦ ଟଙ୍କା ଅତିକ୍ରମ କରିବା ସତ୍ତ୍ୱେ ଉଜ୍ଜ୍ୱଳା ହିତାଧିକାରୀ ପ୍ରାୟ ୫୦୦ରୁ ୫୫୦ ଟଙ୍କା ସବସିଡି ମୂଲ୍ୟରେ ସିଲିଣ୍ଡର ପାଉଛନ୍ତି। ଭାରତ ସରକାର ଏହି ଭାରକୁ ବହନ କରି ପୂର୍ବ ବର୍ଷରେ ପରିବାରଗୁଡ଼ିକୁ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ଏଲପିଜି ମୂଲ୍ୟର ପ୍ରଭାବରୁ ରକ୍ଷା କରିବା ପାଇଁ ୪୦,୦୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପୁରୀ କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme