
ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରୁ ୧୧ ଗୋଟି ହଂସରାଳୀ ପକ୍ଷୀକୁ ଉଦ୍ଧାର କରିଛି ବନ ବିଭାଗ। ଉଦ୍ଧାର ପକ୍ଷୀଙ୍କ ମଧ୍ୟରେ ୧୦ ଗୋଟି ଶିଶୁ ଶାବକ ରହିଛନ୍ତି। କାନପୁରା ଗାଁର ପ୍ରସାଦ କୁମାର ରାଉତଙ୍କ ଘରକୁ ହଂସରାଳୀ ପକ୍ଷୀ ଗୁଡିକ ନିକଟ ଅନନ୍ତପୁର ଜଙ୍ଗଲରୁ ପଳେଇ ଆସିଥିଲେ।
ଏ ନେଇ ସେ ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଟିମ ପହଞ୍ଚି ପକ୍ଷୀ ଗୁଡିକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସୁରକ୍ଷିତ ଭାବେ ଢେଙ୍କାନାଳର ପ୍ରମୁଖ ପ୍ରାଣୀ ଉଦ୍ୟାନ କପିଳାସକୁ ପଠାଯାଇଛି।

