
ଆଜି ରାଜଧାନୀରେ ସବୁଠାରୁ ବଡ଼ ଉଛେଦ। ମାଟିରେ ମିଶିବ ସାଲିଆ ସାହି। ବିଏମସି ପକ୍ଷରୁ ଉଛେଦ କରାଯିବ ସାଲିଆ ସାହିର କିଛି ଅଞ୍ଚଳ। ବାମ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଏହି ଉଛେଦ କରାଯିବ। ଆଜି ପ୍ରାୟ ୫୨୧ଟି ଘରକୁ ଭାଙ୍ଗିବାକୁ ଟାର୍ଗେଟ କରାଯାଇଛି। ଉଛେଦରେ ବିଏମସି, ବିଡିଏ, ୱାଟକୋ, ବିଦ୍ୟୁତ ବିଭାଗ ଏବଂ ପୋଲିସ ବିଭାଗ ସାମିଲ ହେବ। ବିଏମସି ପକ୍ଷରୁ ୬୦ଜଣିଆ ଏନଫୋର୍ସମେଣ୍ଟଟିମ୍, ଶହେ କର୍ମଚାରୀ ନିୟୋଜିତ କରାଯାଇଛି।
ଉଚ୍ଛେଦକୁ ନେଇ ସାଲିଆ ସାହିରେ ଚାପ ଉତ୍ତେଜନା ଲାଗିରହିଛି। ତୀବ୍ର ଉତ୍ତେଜନାକୁ ଦୃଷ୍ଟିରେ ରଖି ୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ବିଏମସି ପକ୍ଷରୁ ଭଙ୍ଗାଯିବାକୁ ଥିବା ଘର ଗୁଡ଼ିକୁ ଚିହ୍ନଟ କରାଯାଇଛି। ଗତକାଲି ଡାକବାଜି ଯନ୍ତ୍ର ଘର ଘର ବୁଲି ଏ ସମ୍ପର୍କରେ ଅବଗତ କରାଇଛି। ନିଜ ନିଜର ଆସବାବପତ୍ର ବାହାର କରିବାକୁ କୁହାଯାଇଛି। ପୂର୍ବରୁ ଭଙ୍ଗାଯାଇଛି ୧୦୦ରୁ ଉର୍ଦ୍ଧ୍ବ ଘର ।

