Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବୁଧବାରଠୁ ୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା

Posted on November 18, 2025

ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । କିନ୍ତୁ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ । ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଶନିବାର ରାତିରେ ଏଠାରେ ପାରଦ ୫.୮ ଡିଗ୍ରୀ ଥିବା ବେଳେ ରବିବାର ୫.୪ ଡିଗ୍ରୀକୁ ଖସିଛି । ପ୍ରଚଣ୍ଡ ଶୀତରେ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ସେମିଳିଗୁଡ଼ାରେ ପାରଦ ୬.୧ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ଓ ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଥିଲା ।

୬ଟି ସହର ୧୦ ଡିଗ୍ରୀ ବା ଏହାଠାରୁ କମ୍ ରେକର୍ଡ ହୋଇଛି । ୧୪ଟି ସହର ୧୨ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି । କାଲୁଆ ପବନ ଦେହ ଥରାଇ ଦେଇଛି । ଏଠାରେ ପାରଦ ୯.୮ ଡିଗ୍ରୀ ରେକର୍ଡ ହୋଇଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୭ ଡିଗ୍ରୀ କମ୍ ରହିଥିଲା । ରାଉରକେଲାରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୨, ଚିପିଲିମାରେ ୧୦.୨, କୋରାପୁଟରେ ୧୦.୮, କେନ୍ଦୁଝରରେ ୧୧, କିରେଇରେ ୧୧, ଭବାନୀପାଟଣାରେ ୧୧, ନବରଙ୍ଗପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୮, ଢେଙ୍କାନାଳରେ ୧୨, ବଲାଙ୍ଗିରରେ ୧୨.୫ ଡିଗ୍ରୀ ରେକର୍ଡ ହୋଇଛି ।

ଭୁବନେଶ୍ୱରରେ ରାତି ତାପମାତ୍ରା ୧୨.୯ ଡିଗ୍ରୀ ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୦୦ରୁ ଏଠାରେ ପାରଦ କେବେ ବି ଏହି ସର୍ବନିମ୍ନ ସ୍ତରକୁ ଖସିନଥିଲା । ୨୦୦୦ ନଭେମ୍ବର ୧୭ ରେ ରାତି ତାପମାତ୍ରା ୧୫.୧ ଡିଗ୍ରୀ ଥିବା ବେଳେ ୨୦୦୯ ନଭେମ୍ବର ୨୯ରେ ୧୩.୫ ଡିଗ୍ରୀ, ୨୦୧୮ ନଭେମ୍ବର ୨୫ରେ ୧୩.୬ ଡିଗ୍ରୀ ଓ ୨୦୧୭ ନଭେମ୍ବର ୨୬ରେ ୧୩.୭ ଡିଗ୍ରୀ ରେକର୍ଡ ହୋଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme