
ଆସନ୍ତା ୨୬ ତାରିଖରେ କଟକରେ ବ୍ଲାକ୍ ମନି ମାମଲା ନିମନ୍ତେ ବିଶେଷ ତଦନ୍ତ ଦଳ (SIT)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ଅଧ୍ୟକ୍ଷତା କରିବେ SIT ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତ। ତାଙ୍କ ବାସଭବନରେ ଏହି ବୈଠକ ଆୟୋଜିତ ହେବ।
ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେବେ। ୨୬ ନଭେମ୍ବର ସକାଳ ୧୧ଟାରେ ବୈଠକ ଆରମ୍ଭ ହେବ ବୋଲି ଜଣାପଡ଼ିଛି।
