Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଥମିକ ଶିକ୍ଷକ, ୨ଟି ଦଫା ପୂରଣ ନେଇ ସଂଘ ଦାବି

Posted on November 17, 2025

ମୂଳ ପଦବିକୁ ଉନ୍ନୀତ କରି ୪୨୦୦ ଗ୍ରେଡ୍ ପେ ପ୍ରଦାନ, ୨୦୦୧ରୁ ୨୦୨୪ ମଧ୍ୟରେ ନିଯୁକ୍ତ ଶିକ୍ଷକଙ୍କ ୬ ବର୍ଷର କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ୬ଟି ନୋସନାଲ ଇନ୍‌କ୍ରିମେଣ୍ଟ ପ୍ରଦାନ ଦାବି ଆସନ୍ତା ୩୦ ତାରିଖ ସୁଦ୍ଧା ପୂରଣ ନହେଲେ ଡିସେମ୍ବର ୧ରୁ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ପ୍ରାଥମିକ ଶିକ୍ଷକ ମହାସଂଘ । ରାଜ୍ୟରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷାଦାନ ବାଧ୍ୟାପ୍ରାପ୍ତ ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ସଂଘ କହିଛି ।

ମହାସଂଘ ପକ୍ଷର ୟୁନିଟ୍-୩ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ କୁହାଯାଇଛି, ପୂର୍ବ ସରକାର ପ୍ରାଥମିକ ଶିକ୍ଷକଙ୍କୁ ବିଭିନ୍ନ ସୁବିଧାସୁଯୋଗରୁ ବଞ୍ଚିତ କରିଛନ୍ତି । ୨୦୦୧ରୁ ସେମାନେ ସ୍ୱଳ୍ପ ବେତନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରି ଆସିଛନ୍ତି । ଏ ସରକାରରେ ମଧ୍ୟ ପ୍ରାଥମିକ ଶିକ୍ଷକଙ୍କୁ ଉପେକ୍ଷା କରାଯାଉଛି । ପ୍ରାଥମିକ ଶିକ୍ଷକଙ୍କୁ ଆରଟିଇ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା, କିଶୋରୀଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ସହ ବିଭିନ୍ନ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ କରାଯାଉଛି । ହେଲେ ସେମାନଙ୍କ ଦାବିକୁ ସରକାର କର୍ଣ୍ଣପାତ କରୁନାହାନ୍ତି । ଏହାର ପ୍ରତିବାଦରେ ଡିସେମ୍ୱର ୧ରୁ ରାସ୍ତାକୁ ଓହ୍ଲାଇବାକୁ ବୈଠକରେ ଶିକ୍ଷକ ନେତାମାନେ ଶପଥ ନେଇଛନ୍ତି ।

ମହାସଂଘର ଆବାହକ ରାମଲାଲ ପଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଓ.ପି.ଟି.ଏ କାର୍ଯ୍ୟକାରୀ ସଭାପତି, ଓ.ଇ.ବି.ଟି.ଏଫ ସଭାପତି, ଏ.ଓ.ପି.ଟି.ଏ ସଭାପତି, ଓ.ଇ.ଟି.ଏ ସାଧାରଣ ସମ୍ପାଦକ, ଲେଭଲ ଭି-ଏ ଆବାହକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme