Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାଉଦି ଆରବରେ ବଡ଼ ଅଘଟଣ, ଜଳିଗଲା ବସ୍, ୪୨ ଭାରତୀୟ ମୃତ !

Posted on November 17, 2025

ସାଉଦି ଆରବରେ ବଡ଼ ଅଘଟଣ । ସାଉଦି ଆରବ ମଦିନାରେ ଦୁର୍ଘଟଣାରେ ଜଳିଗଲା ବସ୍ । ଏଥିରେ ୪୨ ଭାରତୀୟଙ୍କ ମୃତ୍ଯୁ ହୋଇଛି । ଡିଜେଲ ଟ୍ୟାଙ୍କର ସହିତ ବସ୍ ଧକ୍କା ହେବାରୁ ଜଳିଗଲା ବସ୍ । ଏମାନେ ମକ୍କାରୁ ମଦିନା ଯାଉଥିବା ବେଳେ ବସ ଦୁର୍ଘଟଣାର ଶିକାର ହୋଇଥିଲା । ସମସ୍ତ ମୃତକ ତେଲଙ୍ଗାନାର ହୋଇଥିବା ଜଣାପଡିଛି ।

ଖବର ମୁତାବକ, ସାଉଦି ଆରବ ମକ୍କାରୁ ମଦିନା ଯାଉଥିବା ବସ୍ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା । ଫଳରେ ବସ୍ ଜଳିଉଠିଥିଲା । ଏଥିରେ ଥିବା ସମସ୍ତ ଲୋକ ଜୀବନ ଦଗ୍ଧ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ରହିଛନ୍ତି ।

ଆଜି ଭୋର ପ୍ରାୟ ରାତି ୧ଟା ୩୦ ମିନିଟ ସମୟରେ ଏକ ଯାତ୍ରୀବାହୀ ବସ୍ ଏବଂ ଡିଜେଲ ଟ୍ୟାଙ୍କର ଧକ୍କା ହେବା ଫଳରେ ସାଉଦି ଆରବରେ ଅତି କମରେ ୪୨ ଜଣ ଭାରତୀୟ ଉମରା ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ହାଇଦ୍ରାବାଦର ୨୦ ଜଣ ମହିଳା ଏବଂ ୧୧ ଜଣ ଶିଶୁ ଥିବା ଅନୁମାନ କରାଯାଉଛି ।

ତେଲଙ୍ଗାନା ସରକାର କହିଛନ୍ତି ଯେ ଏସମ୍ପର୍କରେ ରିୟାଦରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ସ୍ଥାପନ କରାଯାଉଛି । ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀର ଅଧିକାରୀଙ୍କୁ ଅବଗତ କରାଇବା ସହ ସମସ୍ତ ବିବରଣୀ ଯାଞ୍ଚ କରିବା ପାଇଁ ଦୂତାବାସ କର୍ତ୍ତୃପକ୍ଷଙ୍କ ସହିତ ସମନ୍ୱୟରେ କାମ କରୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme