
ଲଦାଖର ଲେହରେ ଆଜି ସକାଳେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ତର ସ୍କେଲରେ ଭୂକମ୍ପର ତୀବ୍ରତା ୩.୭ ରେକର୍ଡ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସିଜ୍ମୋଲୋଜି (NCS) ସୂଚନା ଦେଇଛି। କେନ୍ଦ୍ରସ୍ଥଳ ପୃଥିବୀର ୧୦ କିଲୋମିଟର ଗଭୀରତାରେ ଥିଲା। ଘଟଣା ସମୟରେ ଲୋକମାନେ ଶୋଇଥିବାରୁ ହଠାତ୍ ଝଟକା ଅନୁଭୂତ ହୋଇଥିଲା। ସୌଭାଗ୍ୟବଶତଃ, କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତିର ଖବର ମିଳିନାହିଁ।
ଏହା ସହିତ, ଗତରାତି ଚୀନର ଜିନଜିଆଙ୍ଗ ଅଞ୍ଚଳରେ ମଧ୍ୟ ୪.୪ ତୀବ୍ରତାର ଭୂକମ୍ପ ରେକର୍ଡ ହୋଇଛି। ସେଠାରେ ମଧ୍ୟ କେନ୍ଦ୍ରସ୍ଥଳ ୧୦ କିଲୋମିଟର ଗଭୀରତାରେ ଥିଲା। ଏପର୍ଯ୍ୟନ୍ତ ଚୀନରୁ ମଧ୍ୟ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।
