Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ୟୁକ୍ରେନ୍ ଉପରେ ରୁଷ୍‌ର ପ୍ରଚଣ୍ଡ ଆକ୍ରମଣ; ୯ ମୃତ

Posted on November 16, 2025

ବନ୍ଧୁକର ଗର୍ଜନ ଥମୁନାହିଁ । ରକ୍ତପାତ ରୋକୁନାହିଁ । ଯୁଦ୍ଧ ଥମିବାର କୌଣସି ବାଟ ଫିଟୁନାହିଁ । ଶାନ୍ତି ଫେରିବା ଆଶା ଆଶଙ୍କାରେ ରହିଛି । ପୁଣି ୟୁକ୍ରେନ୍ ଉପରେ ପ୍ରଚଣ ଆକ୍ରମଣ କରିଛି ରୁଷ୍ । ଶୁକ୍ରବାର ରାତିରୁ ଶନିବାର ଯାଏ ରୁଷ୍‌ର ହାମ୍‌ଲାରେ ଥରି ଉଠିଛି ୟୁକ୍ରେନ୍ । ବାଲାଷ୍ଟିକ୍ ମିସାଇଲ ମାଡ କରିଛି ମସ୍କୋ । ଯେଉଁଥିରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍ କର୍ତ୍ତୃପକ୍ଷ ଦାବି କରିଛନ୍ତି । ୫୩ରୁ ଅଧିକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ୟୁକ୍ରେନ୍ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ୟୁକ୍ରେନ୍‌ରେ ଗତ ୨୪ ଘଣ୍ଟାରେ ରୁଷ ଆକ୍ରମଣରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଛି । ୫୩ ଜଣ ଆହତ ହୋଇଛନ୍ତି । ଶୁକ୍ରବାର ରାତିରୁ ଶନିବାର ଯାଏ ୟୁକ୍ରେନ ଉପରେ ୩ଟି କେଏଚ୍‌-୪୭ଏମ୍‌୨ କିନଜହାର ବାଲାଷ୍ଟିକ୍ ମିସାଇଲ ଲଞ୍ଚ କରି ପ୍ରଚଣ୍ଡ ଆକ୍ରମଣ କରିଛି ରୁଷ୍ । ୧୩୫ଟି ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । କ୍ରିମିୟାରେ ଅବସ୍ଥିତି ଓରେଲ୍‌, ପ୍ରିମୋର୍ସ୍କୋ-ଆଖାର୍ସ୍କ, କୁର୍ସ୍କ, ମିଲେରୋଭାରୁ ଆକ୍ରମଣ କରିଛି । ଅଲଗା ଅଲଗା ୧୩ଟି ଅଞ୍ଚଳକୁ ଡ୍ରେନ୍‌ ଓ ମିସାଇସ ନୀକ୍ଷେପଣ କରିଛି । ୪ଟି ଅଞ୍ଚଳରେ ଡ୍ରୋନ୍ ଭଗ୍ନାବଶେଷ ମିଳିଛି । ଖେରସନର ଦକ୍ଷିଣ ଅଞ୍ଚଳର ୩୪ଟି ସମ୍ପ୍ରଦାୟ ଆକ୍ରମଣର ଶିକାର ହୋଇଛନ୍ତି ।

ଗତ ଅକ୍ଟୋବର ୩୧ ତାରିଖରେ ୟୁକ୍ରେନ୍ ପାୱାର ଗ୍ରୀଡ୍ ଉପରେ ରୁଷ୍ ବଡ଼ ଆକ୍ରମଣ କରିଥିଲା । ଯେଉଁଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ବିଜୁଳି ସେବା ପ୍ରଭାବିତ ହୋଇଥିଲା । ୨୦୨୨ରୁ ରୁଷ୍-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବି ଜାରି ରହିଛି । ରୁଷ୍ ୟୁକ୍ରେନ୍ ଉପରେ ଆକ୍ରମଣ କରି ଦେଶର ଅନେକ ସ୍ଥାନକୁ କବଜାକୁ ନେଇଥିଲା । ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପରେ ଏହାକୁ ସବୁଠୁ ବଡ଼ ଯୁଦ୍ଧ ବୋଲି ବିବେଚନା କରାଯାଉଛି । ଏଥିରେ ହଜାର ହଜାର ଲୋକଙ୍କର ମୃତ୍ୟୁ ହୋଇଛି ଯେଉଁମାନେ ଶରଣାର୍ଥୀ । ଏହି ଯୁଦ୍ଧ ଦୀର୍ଘ ଦିନ ଧରି ଚାଲିଥିବାରୁ ବିଶ୍ୱ ପ୍ରଭାବିତ ହୋଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme