
ଭାରତ–ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଗୁରୁତର ଆହତ ହେବାରୁ ମ୍ୟାଚରୁ ବାଦ ପଡ଼ିଛନ୍ତି । ଦ୍ୱିତୀୟ ଦିନରେ ବ୍ୟାଟିଂ ସମୟରେ ସ୍ୱିପ୍ ସଟ୍ ମାରିବା ପରେ ତାଙ୍କ ବେକରେ ହଠାତ୍ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଫିଜିଓ ପରୀକ୍ଷା ପରେ ଗିଲ୍ ‘ରିଟାୟର୍ଟ ହର୍ଟ’ ହୋଇ ପେଭିଲିଅନ୍କୁ ଫେରିଥିଲେ ।
ତାଙ୍କୁ ତୁରନ୍ତ କୋଲକାତାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସିସିଆଇ ଜାଣାଇଛି ଯେ ଗିଲ୍ ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ଅଛନ୍ତି ଏବଂ ଏହି ଟେଷ୍ଟରେ ଆଉ ଖେଳିବେ ନାହିଁ । ମେଡିକାଲ୍ ଟିମ୍ ତାଙ୍କୁ ନିରନ୍ତର ତଦାରଖ କରୁଛି

