Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡ୍ୟୁଟି ବେଳେ ଟଳିପଡ଼ିଲେ ଡାକ୍ତର

Posted on November 16, 2025

ମୃତ୍ୟୁ ଏମିତି ବି ଆସେ । ରୋଗୀ ଦେଖୁ ଦେଖୁ ଡାକ୍ତରଖାନାରେ ନିଜେ ଟଳିପଡ଼ିଲେ ଡାକ୍ତର। ନୀଳଗିରି ଉପଖଣ୍ଡ ହସ୍ପିଟାଲରୁ ଆସିଲା ଅଭାବନୀୟ ଖବର । ଡ୍ୟୁଟି ବେଳେ ହୃତ୍‌ଘାତର ଶିକାର ହେଲେ ଡାକ୍ତର ତ୍ରିନାଥ ପାଲ୍ । ଯାହାକୁ ନେଇ ଡାକ୍ତରଖାନାରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ୍ ରୋଗୀଙ୍କୁ ଦେଖୁ ଥିଲେ। ତାଙ୍କର ଓପିଡିରେ ଡ୍ୟୁଟି ଥିଲା । ଏହି ସମୟ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହରେ ଥିବା ବାଥ୍‌ ରୁମ୍‌ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ବହୁ କଷ୍ଟରେ ସେ ବାଥ୍‌ ରୁମ୍‌ କବାଟ ଖୋଲି ଆସିବା ପରେ ହଠାତ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ନିଆଯାଇଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme