Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁତ୍ରସନ୍ତାନ ଜନ୍ମ ହେଲାନି ବୋଲି ପତ୍ନୀଙ୍କୁ ଘରୁ ତଡ଼ିଦେଲେ

Posted on November 16, 2025

ଏବେ ବି ବଞ୍ଚି ରହିଛି ମଧ୍ୟଯୁଗୀୟ ମାନସିକତା। ଅଲୋଡ଼ା ହୋଇଯାଉଛି କନ୍ୟାସନ୍ତାନ। ଢେଙ୍କାନାଳଜିଲ୍ଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ନ ହେବାରୁ ତାଙ୍କ ସ୍ବାମୀ ମାଡ଼ମାରି ଘରୁ ତଡ଼ି ଦେଇଛନ୍ତି। ମହିଳା ଜଣକ ନିଜର ୫ଝିଅ ସହ ଭୁବନ ଡାକ୍ତରଖାନା ବାରଣ୍ଡାରେ ଆଶ୍ରୟ ନେଇଥିବା ଦେଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ କୋଳରେ ୪୦ ଦିନର ଶିଶୁକନ୍ୟା ସମେତ ୫ ଜଣ କନ୍ୟାସନ୍ତାନଙ୍କୁ ଧରି ସୁଲୋଚନା ନାୟକ ଭୁବନ ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତର ଚିକିତ୍ସା କରି ମହିଳାଙ୍କୁ ଡାକ୍ତରଖାନାରେ ରାତିରେ ରହିବାକୁ ସୁଯୋଗ ଦେବା ସହ ଖାଇବାକୁ ଦେଇଥିଲେ। ତେବେ ଡାକ୍ତରଖାନାରେ ଅଧିକ ଦିନ ରହିହେବ ନାହିଁ ବୋଲି ଡାକ୍ତର କହିଥିଲେ।

ଖବର ପାଇ ମାନବାଧିକାର କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ୪୦ ଦିନ ପୂର୍ବେ କନ୍ୟାସନ୍ତାନ ଜନ୍ମ ଦେଇଥିବାରୁ ସୁଲୋଚନାଙ୍କୁ ତାଙ୍କ ସ୍ବାମୀ ନିର୍ଯାତନା ଦେଉଥିବା ଜଣାପଡ଼ିଥିଲା। ସୁଲୋଚନାଙ୍କ ବିଧବା ମା’ ମଉନା ନାୟକ ଗତ ସେପ୍ଟେମ୍ବର ୧୯ ତାରିଖ ଭୁବନ ଥାନାରେ ଏତଲା ଦେଇଥିଲେ। ଗଡ଼ନୃସିଂହପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚମ୍ପାନାଳିଆ ଗ୍ରାମର ବାବୁଲା ନାୟକଙ୍କ ପତ୍ନୀ ମଉନା ପୁଲିସରେ ଦେଇଥିବା ଅଭିଯୋଗ ଅନୁସାରେ, ୧୪ ବର୍ଷ ତଳେ ତାଙ୍କ ଝିଅ ସୁଲୋଚନା ସହ ଗୁଡ଼ିଆକାଟେଣୀ ଗାଁର ଉତ୍ସବ ନାୟକଙ୍କ ପୁଅ ଚୈତନ୍ୟ ସହ ବୈଦିକ ରୀତିରେ ବିବାହ ହୋଇଥିଲା। ବାରମ୍ବାର ଝିଅ ଜନ୍ମହେବାରୁ ସ୍ୱାମୀ ଚୈତନ୍ୟ ନିର୍ଯାତନା ଦେଉଥିବା ଏତଲାରେ ଦର୍ଶାଯାଇଥିଲା। ଢେଙ୍କାନାଳ ଏସ୍‌ପିଙ୍କୁ ବି ଏ ସମ୍ପର୍କରେ ଜଣାଇଥିବା ମଉନା କହିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme