Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନିଜ ନିଷ୍ପତ୍ତିରୁ ୟୁ-ଟର୍ଣ୍ଣ ମାରିଲେ ଆମେରିକା ରାଷ୍ଟ୍ରପତି, ଅନେକ ସାମଗ୍ରୀରୁ ଟାରିଫ୍ ହ୍ରାସ

Posted on November 16, 2025

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ନିଜ ନିଷ୍ପତ୍ତିରେ ୟୁ-ଟର୍ଣ୍ଣ ମାରିଛନ୍ତି । ଟ୍ରମ୍ପ ଦୈନିକ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରିଛନ୍ତି । ଆମେରିକାରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ହୋଇଥିବା ବେଳେ ଆମେରିକା ଏହି ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଏହି ଶୁଳ୍କ କମ୍ କରିବା ଫଳରେ ଆମେରିକା ବାସିନ୍ଦାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଗୋ-ମାଂସ, କଫି ଓ ଟ୍ରପିକାଲ ଫ୍ରୁଟ୍ ସମେତ ଅନେକ ସାମଗ୍ରୀ ଉପରେ ଟାରିଫ୍ କମ୍ କରିଛନ୍ତି ଟ୍ରମ୍ପ । ଆମେରିକା ଚଳିତ ମାସ ନନ୍ ଇୟର୍ ଇଲେକ୍ସନରେ ଆର୍ଥିକ ଚିନ୍ତାର ମୁଦ୍ଦା ଉଠାଇଥିଲା, ଯେଉଁଥିରେ ସାମଗ୍ରୀଗୁଡ଼ିକର ଦାମ୍ ବୃଦ୍ଧି ନେଇ ଆମେରିକା ନାଗରିକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଫଳରେ ଭର୍ଜିନିଆ ଓ ନ୍ୟୁ ଜର୍ସିରେ ଡେମୋକ୍ରାଟ୍ସ ବିଜୟ ହାସ କରିଥିଲା । କହିରଖୁଛୁ ଯେ, ଟ୍ରମ୍ପ ଏପ୍ରିଲରେ ଅଧିକାଂଶ ଦେଶ ଉପରେ ଟାରିଫ୍ ଲଗାଇଥିଲେ ।

ଆମେରିକାରେ ବିଫ୍ ଅର୍ଥାତ୍ ଗୋ-ମାଂସର ଦାମ୍ ରେକର୍ଡ ସ୍ଥାନରେ ପହଞ୍ଚିଛି । ଏହି ଦାମକୁ ହ୍ରାସ କରିବାକୁ ଟ୍ରମ୍ପ ପ୍ରଶାସନ ଲକ୍ଷ୍ୟ ଥିଲା। ଆମେରିକା ପାଇଁ ଗୋ-ମାଂସ ଏକ ପ୍ରମୁଖ ରପ୍ତାନୀକାରୀ ଦେଶ ହେଉଛି ବ୍ରାଜିଲ । ବ୍ରାଜିଲ ଉପରେ ଉଚ୍ଚ ଟାରିଫ୍ ଲଗାଇବା ଫଳରେ ଆମେରିକାରେ ଗୋ-ମାଂସର ଦାମ୍ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା । ରିପୋର୍ଟ ଅନୁଯାୟୀ, ଗୋ-ମାଂସ, କଫି ଓ ଫଳମୂଳ ବ୍ୟତୀତ ଚା’, ଫଳରସ, ସପ୍ଟଡ୍ରିଙ୍କ୍‌ସ, ମସଲା, କଦଳୀ, କମଳା, ଟମାଟୋ ଓ ଉର୍ବରକ ଉପରେ ଲାଗୁ ହୋଇଥିବା ଶୁଳ୍କ ହ୍ରାସ କରାଯାଇଛି । ଏଥିରେ କିଛି ସାମଗ୍ରୀ ଆମେରିକାରେ ଉତ୍ପାଦିତ ହୁଏନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଘୋଷଣା କରିବା ପରେ କାର୍ଯ୍ୟକାରୀ ଆଦେଶ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଯେଉଁଥିରେ କୁହାଯାଇଛି, ଆମେରିକା ଇକୋଡୋର, ଗ୍ୱାଟେମାଲା, ଅଲ ସଲୱାଡୋର ଓ ଆର୍ଜେଣ୍ଟିନା ସହ କିଛି ଦେଶଗୁଡ଼ିକର ଉତ୍ପାଦିତ କୃଷି ଉତ୍ପାଦ ଉପରେ ଶୁଳ୍କ କମ୍ କରିବାକୁ ଚିନ୍ତା କରୁଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme