Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ୩ ବଖରା ଘର, ଲକ୍ଷାଧିକ ଟଙ୍କା

Posted on November 16, 2025

ଶନିବାର ବିଳମ୍ୱିତ ରାତିରେ ଖଲ୍ଲିକୋଟ ଧରାକୋଟ ସାହିରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ନିଆଁ ଲାଗି ଜଳିଗଲା ୩ ବଖରା ଘର । ଘରର ସମସ୍ତ ଆସବାବପତ୍ର, ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନଗଦ ୮ ଲକ୍ଷ ଟଙ୍କା ପୋଡ଼ି ପାଉଁଶ । ନିଆଁକୁ ଆୟତ୍ତ କଲା ଖଲ୍ଲିକୋଟ ଅଗ୍ନିଶମ ବାହିନୀ ।

ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତ୍ରିରେ ଧରାକୋଟ ସାହିର ଦିଲୀପ ଖୁଣ୍ଟିଆଙ୍କ ପରିବାର ଖାଇ ପିଇ ଶୋଇଥିଲେ । ଏତିକି ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ହଠାତ୍ ପଛ ଘର ପଟୁ ନିଆଁ ବାହାରିବା ଦେଖି ଦିଲୀପ ପରିବାରର ସମସ୍ତ ସଦସ୍ୟଙ୍କୁ ଧରି ପ୍ରାଣ ରକ୍ଷା କରି ବାହାରକୁ ଦୌଡ଼ି ପଳାଇଥିଲେ । ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ଦେଖୁ ଦେଖୁ ଖୁବ୍ ଜୋର୍‌ରେ ବ୍ୟାପି ଯାଇଥିଲା । ଫଳରେ ଘରର ସିନ୍ଦୁକ, ଆଲମିରା, ଖଟ, ଫ୍ରିଜ୍ ଓ ନଗଦ ୮ ଲକ୍ଷ ଟଙ୍କା ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ଖବର ପାଇ ରମ୍ଭା ଓ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme