Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୧୭୦୦ କୋଟି ରେଳ ପ୍ରକଳ୍ପ ସହ, ଓଡ଼ିଶା ପାଇଁ ବଡ଼ ଘୋଷଣା କଲେ ମୋଦି

Posted on September 27, 2025

ଶନିବାର ଦିନିକିଆ ଝାରସୁଗୁଡ଼ା ଗସ୍ତରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଝାରସୁଗୁଡ଼ାସ୍ଥିତ ଅମରାପାଲି ପଡ଼ିଆଠାରେ ଆୟୋଜିତ ସାଧାରଣ ସଭାରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୭୦୦ କୋଟିରୁ ଅଧିକ ମୂଲ୍ୟର ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହିତ, ବ୍ରହ୍ମପୁର ଓ ସୁରଟ ମଧ୍ୟରେ ରେଳ ଯାତ୍ରା ଆରମ୍ଭ ହୋଇଛି। ସମ୍ବଲପୁର ସିଟି ଓ ସରଲା ମଧ୍ୟରେ ରେଳ ଫ୍ଲାଇଓଭର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। କୋରାପୁଟ-ବାଇଗୁଡ଼ା ରେଳ ଲାଇନ୍ ଏବଂ ମାନାବାର-କୋରାପୁଟ-ଗୋରାପୁର ରେଳ ଲାଇନର ଦୋହରୀକରଣ ଲୋକାର୍ପଣ କରାଯାଇଛି।

ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଓ ଇଏସଡିଏମ୍ ପାର୍କ ପ୍ରତିଷ୍ଠାର ଶିଳାନ୍ୟାସ ଓ ରାଜ୍ୟ ସରକାରଙ୍କ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି।

ରାଜ୍ୟର ୧୩୦ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୱାଇଫାଇ ସେବା ଉଦଘାଟନ ହୋଇଛି। ଭୀମସାର ଓ ଏମକେସିଜି କଲେଜର ଉନ୍ନତୀକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ଲୋକାର୍ପଣ କରାଯାଇଛି। ଅନ୍ତୋଦୟ ଗୃହ ଯୋଜନାରେ ୫୦ ହଜାର ପରିବାରକୁ ଗୃହ ନିର୍ମାଣ ପାଇଁ ମଞ୍ଜୁରି ପତ୍ର ଦିଆଯାଇଛି। ଦେଶର ୮ଟି ଆଇଆଇଟିର କ୍ଷମତା ବୃଦ୍ଧି ପ୍ରକଳ୍ପର ଶିଳାନ୍ୟାସ ସହିତ ସାରା ଦେଶରେ ୪ଜି ସେବା ଶୁଭାରମ୍ଭ କରାଯାଇଛି।

ଏହି ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଅନେକ ଉନ୍ନୟନମୂଳକ ପ୍ରକଳ୍ପରେ ଅଂଶଗ୍ରହଣ କରି ରାଜ୍ୟ ଓ ଦେଶର ଉନ୍ନତିରେ ନୂଆ ପଥ ଖୋଲିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme