Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଟକରେ ବ୍ୟାପୁଛି ଜଣ୍ଡିସ, ୨୦ରୁ ଅଧିକ ହେଲେଣି ଆକ୍ରାନ୍ତ

Posted on November 15, 2025

କଟକରେ ଡରାଇଲାଣି ଜଣ୍ଡିସ । କଟକ ମହନଗର ନିଗମର କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ବ୍ୟାପୁଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଦୂଷିତ ପାଣି, ଡ୍ରେନ୍ ସଫାରେ ଅବହେଳା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଏକମାସ ପୂର୍ବରୁ ଜଣ୍ଡିସର ଲକ୍ଷଣ ଦେଖା ଗଲାଣି । କିନ୍ତୁ ଏବେ ସିଏମସିର ଚେତା ପଶିଲା । ଆଜି ସକାଳୁ ସକାଳୁ ସିଏମସି ପକ୍ଷରୁ ଡ୍ରେନ ସଫେଇ ଆରମ୍ଭ ହୋଇଛି । ନର୍ଦ୍ଦମା ଭିତରେ ଯାଇଥିବା ପାଣି ପାଇପ ଗୁଡିକୁ କାଟି ବାହାର କରାଯାଇଛି । ଏହାସହ ସିଏମସି ସ୍ୱାସ୍ଥ୍ୟ ବିଭାଗ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି । କୌଣସି ଲକ୍ଷଣ ଦେଖା ଦେଲେ ଗୁଣିଗାରେଡ଼ି ନକରି ଡ଼ାକ୍ତରଙ୍କ ପରାମର୍ଶ ନେବାକୁ ନିବେଦନ କରିଛନ୍ତି କଟକ ମେୟର ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme