Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏସବୁ ସମସ୍ୟା ଦୂର କରେ ପାଳଙ୍ଗ ଶାଗ

Posted on November 15, 2025

ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଳଙ୍ଗ ଶାଗରେ ଥାଏ। ଏଥିରେ ଭିଟାମିନ୍‌, ମିନେରାଲ୍ସ, ମ୍ୟାଗ୍ନେସିୟମ ପୋଟାସିୟମ, ଆଇରନ୍‌ ପ୍ରଚୁର ପରିମାଣରେ ଥାଏ। ପ୍ରତିଦିନ ପାଳଙ୍ଗ ଶାଗର ଜୁସ୍‌ ପିଇଲେ ହାଡ ମଜଭୁତ ହୁଏ। ଗର୍ଭବତୀ ମହିଳାଙ୍କ ପାଇଁ ପାଳଙ୍ଗ ଜୁସ୍‌ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ତ୍ୱଚା ସମ୍ବନ୍ଧୀୟ ରୋଗ ପାଇଁ ମଧ୍ୟ ପାଳଙ୍ଗ ଜୁସ୍‌ ବେଶ୍‌ ଭଲ। ପାଳଙ୍ଗରେ କ୍ୟାରୋଟିନ୍‌ ଏବଂ କ୍ଲୋରୋଫିଲ୍‌ ଥିବାରୁ ଏହା କ୍ୟାନସର ଅଶାଙ୍କା ମଧ୍ୟ କିଛି ମାତ୍ରାରେ ଦୂର କରେ। ଏହାସହ ହଜମ ହେଉ ନ ଥିଲେ ପ୍ରତିଦିନ ପାଳଙ୍ଗ ଶାଗ ଜୁସ୍‌ ପିଅନ୍ତୁ। ପାଳଙ୍ଗ ଶାଗ ଖାଇବାକୁ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ଉପକାରୀ ଅଟେ। ଏହା ଶରୀରରେ ହିମୋଗ୍ଲୋବିନ ବଢାଇବାରେ ସହାୟକ ହୋଇଥାଏ। ପାଳଙ୍ଗ ଶାଗରେ ଏମିନୋ ଏସିଡ, ଭିଟାମିନ ଏ, ବି, ସି, କେ, ଇ, ଆଏରନ, ଆୟୋଡିନ, ପୋଟାସିୟମ, ମ୍ୟାଗ୍ନେସିୟମରେ ଭରପୁର ହୋଇଥାଏ। ପାଳଙ୍ଗ ପତ୍ରର ଜୁସ ପିଇବା ଦ୍ବାରା ପାଚନ କ୍ରିୟା ଠିକ୍‌ ରହିଥାଏ। ଏହା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ପାଲଙ୍ଗ ଜୁସ ବହୁତ ଲାଭଦାୟକ ହୋଇଥାଏ। ଏହାସହ ପାଳଙ୍ଗ ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନ ବଢ଼ିଥାଏ। ରକ୍ତର ଅଭାବ ଥିବା ବ୍ୟକ୍ତି ପାଳଙ୍ଗ ଖାଇବା ଆବଶ୍ୟକ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme