Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ

Posted on November 15, 2025

ତାଳଚେର ବାଘୁଆବୋଲ ଠାରେ ଥିବା ସରକାରୀ ଆଇଟିଆଇ କ୍ବାଟରର ଦୁଇ ମହଲା ଘରେ ଲାଗିଲା ନିଆଁ । ରୋଷେଇ କରୁଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟିରୁ ନିଆଁ ଲାଗିଥିବା ସୂଚନା । ଗ୍ୟାସରେ ରୋଷେଇ କରୁଥିବା ବେଳେ ଗ୍ୟାସ ବନ୍ଦ ନକରି ଭୟରେ ତଳକୁ ପଳାଇଲେ ମହିଳା। ଘର ଭିତରେ ଥିବା ବହୁ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ସେଠାରେ ରହୁଥିବା ୧୦ଟି ପରିବାର । ସୂଚନା ଅନୁସାରେ ଆଜି ଭାସ୍କର ନାହାକଙ୍କ ବୋହୁ ସରକାରୀ ଆଇଟିଆଇର କ୍ଵାଟର୍ସର ଦୁଇ ମହଲାରେ ରହି ରୋଷେଇ କରୁଥିବା ସମୟରେ ହଠାତ ବିଦ୍ୟୁତ ସର୍ଟସର୍କିଟରୁ ଏସିରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ସମସ୍ତ ଘର ଭିତରେ ବ୍ୟାପିବାରୁ ଭୟରେ ତାଙ୍କ ବୋହୁ ତଳକୁ ପଳାଇ ଆସିଥିଲେ । ଧୀରେ ଧୀରେ ନିଆଁ ଘରର ସବୁଆଡେ ବ୍ୟାପିବା ସହ ଅନ୍ୟ ଆସବାବ ପତ୍ର‌ରେ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଦ୍ବାରା ସମସ୍ତ କ୍ବାଟର୍ସ ଗୁଡ଼ିକ ଧୂଆଁ ମୟ ହୋଇଯାଇଥିଲା। ଭୟରେ ସେଠାରେ ରହୁଥିବା ଲୋକମାନେ ମଧ୍ୟ ତଳକୁ ପଳାଇ ଆସିଥିଲେ ।

ଖବର ପାଇ ଅଗ୍ନିଶମ ବିଭାଗର ଦୁଇଟି ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଷେଇ ଘରେ ଲାଗିଥିବା ଗ୍ୟାସକୁ ବନ୍ଦ କରିଥିଲେ । ଏଥିରେ ଭାସ୍କର ନାହାକଙ୍କର ଘରୁ ପ୍ରିଜ, କୁଲର, ଏସି ସହିତ ଅନ୍ୟ ସମସ୍ତ ଆସବାବ ପତ୍ର ନିଆଁ ଲାଗିଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme