
ମୁରିବାହାଲ ରେଞ୍ଜର ଗୁଡିଘାଟ ପଞ୍ଚାୟତ ଅଧୀନର ଲତାସହଡା ଗ୍ରାମରେ ଏକ ହାତୀ ଛୁଆ କୂଅରେ ପଡି ଯାଇଥିବା ଘଟଣା ଆଜି ସକାଳେ ଅଞ୍ଚଳବାସୀଙ୍କ ଦୃଷ୍ଟିକୁ ଆସିଛି। ସ୍ଥାନୀୟ ଜଙ୍ଗଲ ୬୦ଟିକିଆ ହାତୀପଲ ଥିବା ସୂଚନା ମିଳିଛି ।
ଘଟଣାସ୍ଥଳରେ ଭିଡ଼ ହେବାରୁ ହାତୀପଲ ଆକ୍ରମଣ କରିବାର ସମ୍ଭାବନା ଥିବାରୁ ବନ ବିଭାଗ ଓ ପୋଲିସ୍ ପକ୍ଷରୁ ସାଧାରଣ ଲୋକଙ୍କୁ ଘଟଣା ସ୍ଥଳକୁ ନ ଯିବାକୁ ସତର୍କତା ଜାରି କରାଯାଇଛି।
ଏପରିସ୍ଥିତିରେ ହାତୀ ଛୁଆଟିଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ବନବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
