
ବିହାରରେ ପୁଣିଥରେ ଏନଡିଏ ସରକାର ଗଠନ ନିଶ୍ଚିତ। ବିଧାନସଭା ନିର୍ବାଚନରେ ଏନଡିଏ ୨୪୩ରୁ ୨୦୨ଟି ଆସନ ଜିତି ଦୃଢ଼ ବିଜୟ ହାସଲ କରିଛି। ସବୁଠାରୁ ବଡ଼ ଦଳ ଭାବରେ ବିଜେପି ୮୯ଟି ଆସନ ପାଇଛି, ଯେତେବେଳେ ଜେଡିୟୁ ୮୫ଟି ଆସନରେ ବାଜିମାତ କରିଛି। ଏପଟେ ଆରଜେଡି ୨୫ ଏବଂ କଂଗ୍ରେସ କେବଳ ୬ଟି ଆସନରେ ସୀମିତ ରହିଛି।
ଏହି ଭାରୀ ବିଜୟ ପରେ ନୀତିଶ କୁମାର ପୁଣିଥରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଦଶମ ଥର ପାଇଁ ଶପଥ ନେବେ, ଯାହା ରାଜ୍ୟର ରାଜନୀତିରେ ନୂଆ ରେକର୍ଡ ସୃଷ୍ଟି କରିବ।

