Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଶିଶୁ ଦିବସ, ଶିଶୁଙ୍କୁ ଫୁଲ ସହିତ ତୁଳନା କରୁଥିଲେ ନେହେରୁ

Posted on November 14, 2025

ଶିଶୁମାନଙ୍କ ଉଦେଶ୍ୟରେ ସମର୍ପିତ ‘ଶିଶୁ ଦିବସ’ ଆଜି ସାରା ଦେଶରେ ଉତ୍ସାହର ସହିତ ପାଳନ କରାଯାଉଛି। ଅଙ୍ଗନବାଡ଼ି, ଶିଶୁ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟରେ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ଜନ୍ମଦିନକୁ ଆଡ଼ମ୍ବର ସହିତ ପାଳନ କରାଯାଉଛି। ଏଥି ପାଇଁ ବିଦ୍ୟାଳୟଗୁଡ଼ିକରେ ଭିନ୍ନଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶିଶୁମାନଙ୍କର ନୈତିକ ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତା ଏବଂ ମନୋରଂଜନଭିତ୍ତିକ କାର୍ଯ୍ୟକ୍ରମ ହେଉଛି।

ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ। ଶିଶୁ ହସିଲେ ଦେଶର ଭବିଷ୍ୟତ ଉନ୍ନତସ୍ତରରେ ପହଞ୍ଚିବ ବୋଲି ନେହେରୁ କହୁଥିଲେ। ଶିଶୁଙ୍କ ପାଇଁ ତାଙ୍କ ମନରେ ଥିବା ଏହି ଅନାବିଳ ପ୍ରେମ, ସ୍ନେହ, ଶ୍ରଦ୍ଧାକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ରୂପେ ପାଳନ କରାଯାଉଛି।

ଜଣେ ସୁଲେଖକ, ଐତିହାସିକ ତଥା ଆଇନଜୀବୀ ପଣ୍ଡିତ ଜବାହରଲାଲ ନେହରୁ ୧୮୮୯ ନଭେମ୍ବର ୧୪ ତାରିଖରେ ଉତ୍ତରପ୍ରଦେଶର ଆଲ୍ଲାବାହାଦ ସହରରେ ଜନ୍ମଗ୍ରହଣ କରିଥିଲେ। ସେ ପନ୍ଦର ବର୍ଷ ବୟସରେ ଉଚ୍ଚଶିକ୍ଷା ପାଇଁ ଇଂଲଣ୍ଡ ଯାଇଥିଲେ। ହାରୋରେ ଦୁଇ ବର୍ଷ ରହିବା ପରେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ପ୍ରାକୃତିକ ବିଜ୍ଞାନରେ ସ୍ନାତକ ପାସ୍‌ କରିଥିଲେ। ପରେ ସେ ଭାରତ ଫେରିଆସି ସିଧାସଳଖ ରାଜନୀତିରେ ଅଂଶଗ୍ରହଣ କରିଥିଲେ। ୧୯୧୨ ମସିହାରେ ଜବାହରଲାଲ ନେହରୁ ବାଙ୍କିପୁର କଂଗ୍ରେସରେ ପ୍ରତିନିଧି ଭାବରେ ଯୋଗ ଦେଇଥିଲେ। ୧୯୧୬ ମସିହାରେ ତାଙ୍କର ମହାତ୍ମା ଗାନ୍ଧୀଙ୍କ ସହିତ ପ୍ରଥମ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତରେ ସେ ଅତ୍ୟନ୍ତ ଅନୁପ୍ରାଣିତ ହୋଇଥିଲେ। ସ୍ବାଧୀନତା ପରେ ଜବାହରଲାଲ ନେହରୁ ୧୯୪୭ ଅଗଷ୍ଟ ୧୫ ରୁ ୧୬ ବର୍ଷ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ତାଙ୍କ ନେତତ୍ବ ସମୟରେ ଶିଳ୍ପ, ବିଜ୍ଞାନ, ପ୍ରଯୁକ୍ତିବିଦ୍ଯା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ହୋଇଥିଲା।

ଜବାରଲାଲ ନେହରୁ ଶିଶୁ ଅଧିକାର ଏବଂ ଶିକ୍ଷାର ଜଣେ ଦୃଢ଼ ପ୍ରବକ୍ତା ଥିଲେ। ୧୯୬୪ ମସିହାରେ ତାଙ୍କର ମୃତ୍ୟୁ ପରେ ଏକ ଜାତୀୟ କମିଟି ଶିଶୁ କଲ୍ୟାଣରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲା। ପିଲାଙ୍କ ପ୍ରତି ଥିବା ଗଭୀର ସ୍ନେହ ପାଇଁ ସେ ‘ଚାଚା ନେହେରୁ’ ଭାବରେ ମଧ୍ୟ ଜଣାଶୁଣା ଥିଲେ। ସେ ସବୁବେଳେ କହୁଥିଲେ ଆଜିର ଶିଶୁ କାଲିର ଭବିଷ୍ୟତ। ନେହେରୁ ସବୁବେଳେ ପିଲାମାନଙ୍କର ଶିକ୍ଷା, ସ୍ବାସ୍ଯ, ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ଦେଉଥିଲେ। ପିଲାମାନଙ୍କୁ ବଗିଚାର ଫୁଲସହ ତୁଳନା କରୁଥିଲେ।

ନେହରୁଙ୍କୁ ସ୍ମରଣ କରିବା ଅବସରରେ ଶିଶୁଦିବସ ଏହା ମଧ୍ୟ ମନେ ପକାଇଦିଏ ଯେ ଜାତି, ବର୍ଣ୍ଣ, ଧର୍ମ, ଆର୍ଥିକ କିମ୍ବା ରାଜନୈତିକ ସ୍ଥିତି ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ଶିକ୍ଷା, ପୋଷଣ, ସ୍ବାସ୍ଥ୍ୟସେବା ଓ ପରିମଳ ଭଳି ମୌଳିକ ସୁବିଧା ପାଇବାକୁ ଯୋଗ୍ୟ। ସେମାନେ ଦେଶର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ଭିତରେ ଅପାର ସମ୍ଭାବନା ରହିଛି ଏବଂ ତାହାକୁ ଗଠନମୂଳକ ଢଙ୍ଗରେ ପରିଚାଳନା କରିବାର ଦାୟିତ୍ବ ହେଉଛି ରାଷ୍ଟ୍ରର। ଏଥି ସହିତ ପିଲାମାନଙ୍କୁ ମୌଳିକ ଅଧିକାର ପ୍ରଦାନ କରିବା ସହିତ ସେମାନଙ୍କୁ ଶିଶୁଚାଲାଣ, ଶିଶୁ ନିର୍ଯାତନା ଓ ଶିଶୁଶ୍ରମ ପରି ସାମାଜିକ କୁପ୍ରଥାରୁ ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ। ୧୯୬୪ ମସିହା ମେ’ ୨୭ ତାରିଖରେ ଏହି ମହାନ୍ ମନୀଷୀଙ୍କର ପରଲୋକ ଘଟିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme