Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସରିଲା ବାଲିଯାତ୍ରା: ୭୦ ଲକ୍ଷ ଦର୍ଶକ, ୩୦୦ କୋଟି ଟଙ୍କାର କାରବାର

Posted on November 14, 2025

ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ଚଳିତ ବର୍ଷର ଏହି ମେଳା ଆକର୍ଷଣୀୟ କାର୍ଯ୍ୟକ୍ରମ ଏବଂ ବ୍ୟାପକ ବ୍ୟବସାୟ ସହିତ ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା ଆକଳନ କରାଯାଉଛି। ଶନିବାର ଓ ରବିବାର ସର୍ବକାଳୀନ ରେକର୍ଡ ଭିଡ଼ ହୋଇଥିଲା, ଯେଉଁଥିରେ କେବଳ ରବିବାର ଦର୍ଶକ ସଂଖ୍ୟା ୧୫ ଲକ୍ଷ ଟପିଥିଲା।

ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୩୦୦ କୋଟି ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଉଛି। ପଲ୍ଲୀଶ୍ରୀ ମେଳାରେ ୨,୫୦୦ରୁ ଅଧିକ ଷ୍ଟଲ୍ ସ୍ଥାପିତ ହୋଇଥିଲା ଏବଂ କାରବାର ୫୦ରୁ ୫୫ କୋଟି ଟଙ୍କା ଅତିକ୍ରମ କରିଛି, ଯାହା ଗତ ବର୍ଷର ରେକର୍ଡ (୪୩ କୋଟି) ଭାଙ୍ଗିଛି।

ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ୍ ଏବଂ ହର୍ଷଦୀପ କୌରଙ୍କ କାର୍ଯ୍ୟକ୍ରମ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା। ଏହି ଦିନଗୁଡ଼ିକରେ ୩୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ଆକଳନ କରାଯାଇଛି।

‘କଟକ ଇନ୍‌ କଟକ’, ‘ଓଡ଼ିଆ ଅସ୍ମିତା’, ‘ଲେଜର୍ ଲାଇଟ୍ ସୋ’, ‘ଜଳପରୀ ସୋ’ ଏବଂ ବୋଇତ ପ୍ରତିଯୋଗିତା ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା। କଟକ ଜିଲ୍ଲା ପ୍ରଶାସନ ୬ ମାସ ଧରି ପ୍ରସ୍ତୁତି କରି ୬୦ ଏକର ଜମିରେ ବାଲିଯାତ୍ରା ଆୟୋଜନ କରିଥିଲା।

ବ୍ୟାପକ ଆୟୋଜନ ସତ୍ତ୍ୱେ ଭିଡ଼, ଟ୍ରାଫିକ୍ ଜାମ୍‌, ମୋବାଇଲ୍ ନେଟୱର୍କ ସମସ୍ୟା ଏବଂ ଧୂଳି ନିୟନ୍ତ୍ରଣରେ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଥିଲା, ଯାହା ଇ-ପେମେଣ୍ଟ ଉପରେ ନିର୍ଭର କରୁଥିବା ଦର୍ଶକଙ୍କୁ ଅସୁବିଧାରେ ପକାଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme