Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ

Posted on November 14, 2025

ଶାଳଣିଆଁ ନିକଟରେ ପୁଲିସକୁ ମାଡ଼ ମାରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ସମ୍ପର୍କୀୟ। ଏକ ଠକେଇ ମାମଲାରେ କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଶାଳଣିଆଁର ଯୋଗେନ୍ଦ୍ର ବେହେରାଙ୍କୁ ଉଠାଇ ନେଉଥିବା ବେଳେ ଘଟିଛି ଏହି ଘଟଣା। ୧୦ ରୁ ୧୨ ଜଣ ଯୁବକ ସଂଘବଦ୍ଧ ଭାବେ ପୁଲିସକୁ ଆକ୍ରମଣ କରି ଆସାମୀଙ୍କୁ ଛଡ଼ାଇ ନେଲେ। ୨ ଜଣ ପୁଲିସ ଆହତ ହୋଇଥିବା ସୂଚନା। ନନ୍ଦିପଦା ପୁଲିସ ପକ୍ଷରୁ ଗତକାଲି ରାତି ଠାରୁ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ବସପୁର ଲୁଣା ନଦୀବାଲି ଘାଟ, ଡେରାବିଶକୁ ଲିଜ ଧାରୀ ଯୋଗେନ୍ଦ୍ର ବେହେରା ଲିଜ ନେଇଥିବା ବେଳେ ବାଲିଘାଟ ଚଳାଇବା ପାଇଁ ନିକିରାଇ ଥାନା ଇଟିପୁର ଗ୍ରାମର ମାଧବ ଚନ୍ଦ୍ର ପ୍ରଧାନଙ୍କ ନାମରେ ଚୁକ୍ତି କରି ତାଙ୍କ ଠାରୁ ପ୍ରାଥମିକ ପର୍ଯ୍ୟାୟରେ ୨୫ଲକ୍ଷ ଟଙ୍କା ଆଣିଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ଲୋକଙ୍କ ନାମରେ ଚୁକ୍ତିପତ୍ର କରିଦେଇଥିଲେ। ଯାହାକୁ ନେଇ ବିବାଦ ଦେଖାଦେବା ସହିତ ମାଧବ ଚନ୍ଦ୍ର ପ୍ରଧାନ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ।

ଯୋଗେନ୍ଦ୍ର ଓ ଜଳସରପୁର ଗ୍ରାମର ବରଦା ପ୍ରସନ୍ନ ନାୟକ ତାଙ୍କ ଠାରୁ ମୋଟ ୪୫,୫୪,୯୫୯ ଟଙ୍କା ଠକିନେଇଥିବା ଅଭିଯୋଗ କରିବା ପରେ କେନ୍ଦ୍ରାପଡ଼ା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲା। ଗୁରୁବାର କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ନନ୍ଦିପଦା ପୁଲିସ ସହାୟତାରେ ଯୋଗେନ୍ଦ୍ରଙ୍କୁ ଉଠାଇ ଆଣିଥିଲା। ରାତି ୮ଟା ବେଳେ କେନ୍ଦ୍ରାପଡ଼ା ପୁଲିସ ଅଭିଯୁକ୍ତ ଯୋଗେନ୍ଦ୍ରକୁ ଧରି ଆଉ ଜଣେ ଅଭିଯୁକ୍ତଙ୍କୁ ଆଣିବାକୁ ଯାଉଥିବା ବେଳେ ଯୋଗେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମର୍ଥକମାନେ ପୋଲିସକୁ ଆକ୍ରମଣ କରି ଯୋଗେନ୍ଦ୍ରଙ୍କୁ ଛଡ଼ାଇ ନେଇଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme