Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୨୦୨୪ ସୁଦ୍ଧା ଦେଶରେ ୮.୯୮ କୋଟି ଡାଇବେଟିସରେ ଆକ୍ରାନ୍ତ

Posted on November 14, 2025

କାୟାବିସ୍ତାର କରିଚାଲିଛି ଡାଇବେଟିସ୍ । ବିଶେଷକରି ଯୁବଗୋଷ୍ଠୀ ଏବେ ଡାଇବେଟିସ୍ ଆଁରେ । ଗତ ୨୦୨୪ ସୁଦ୍ଧା ଦେଶରେ ୨୦ରୁ ୭୯ବର୍ଷ ବୟସ୍କ ନାଗରିକଙ୍କ ମଧ୍ୟରେ ୮.୯୮ କୋଟି(୮୯.୮ ମିଲିଅନ) ଲୋକ ଡାଇବେଟିସ୍ରେ ଆକ୍ରାନ୍ତ । ଆସନ୍ତା ୨୦୫୦ ସୁଦ୍ଧା ଏହା ୧୫୬.୭ ମିଲିଅନରେ ପହଞ୍ଚିବ । ଆନ୍ତର୍ଜାତିକ ଡାଇବେଟିସ୍ ଫେଡେରେସନର ଡାଇବେଟିସ୍ ଆଟଲାସ୍ ରିପୋର୍ଟ ଏହା ଦର୍ଶାଇଛି । ଓଡିଶାରେ ମଧୁମେହକୁ ନେଇ ଚିନ୍ତା ଲାଗିରହିଥିବା ବେଳେ ପ୍ରତିଦିନ ହସ୍ପିଟାଲକୁ ଦୌଡିବା ଛଡା ଆଉ କୌଣସି ଉପାୟ ନାହିଁ । ଅସନ୍ତୁଳିତ ଆହାର, ପରିବର୍ତ୍ତିତ ଜୀବନଚର୍ଯ୍ୟା ଓ ବଂଶଗତ କାରଣ ପାଇଁ ଏହା ବଢ଼ୁଛି । ଡାଇବେଟିସ୍ ସହ ଡାଇବେଟିକ୍ ଫୁଟ୍ ମଧ୍ୟ ଆହୁରି ମାରାତ୍ମକ । ତେଣୁ ଡାଇବେଟିସ ରୋଗ ଚିହ୍ନଟ ଓ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଜାତୀୟ ଅଣସଂକ୍ରାମକ ରୋଗ ନିୟନ୍ତ୍ରଣ ଓ ନିରାକରଣ କାର୍ଯ୍ୟକ୍ରମ(ଏନପି-ଏନସିଡି) ଓ ଜାତୀୟ ବରିଷ୍ଠ ସ୍ୱାସ୍ଥ୍ୟଯତ୍ନ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୩୦ବର୍ଷରୁ ଊଦ୍ଧ୍ୱର୍ ନାଗରିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସାକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

ଏନପିଏନସିଡି ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୨କୋଟି ୫୫ଲକ୍ଷ ୯୦ହଜାର ୫୮୬ଜଣ ୩୦ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧କୋଟି ୭୧ଲକ୍ଷ ୩୩ହଜାର ୭୮୮ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଛି । ଆଶ୍ଚର୍ଯ୍ୟର ବିଷୟ, ମୋଟ ୯ଲକ୍ଷ ୮୮ଜଣ ନାଗରିକ ମଧୁମେହରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡିଛି । ସେହିପରି ଚିକିତ୍ସା ଅବଧି ମଧ୍ୟରେ ପ୍ରାୟ ୮ଲକ୍ଷ ରୋଗୀ ଚିହ୍ନଟ ହୋଇଛନ୍ତି । ସାଧାରଣତଃ ମଧୁମେହ ଦୁଇପ୍ରକାର । ସେଗୁଡିକ ହେଉଛି ଟାଇପ୍-୧ ଏବଂ ଟାଇପ୍-୨ । ଟାଇପ୍-୧ ଡାଇବେଟିସ୍ ଯେକୌଣସି ବୟସରେ ବିକଶିତ ହୋଇପାରେ, ଯଦିଓ ଏହା ପ୍ରାୟତଃ ଛୋଟପିଲା ବା ଯୁବାବସ୍ଥାରେ ଦେଖାଯାଏ । ସେହିପରି ଟାଇପ୍ ୨ଡାଇବେଟିସ୍ ଯେକୌଣସି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ଭୁବନେଶ୍ୱର ଏମ୍ସସ୍ଥିତ ଏଣ୍ଡୋକ୍ରାଇନୋଲୋଜି ବିଭାଗକୁ ପ୍ରତିମାସକୁ ୨ହଜାର ଡାଇବେଟିସ୍ ରୋଗୀ ଆସୁଛନ୍ତି । ଯେଉଁଥିରେ ଉଭୟ ବରିଷ୍ଠ ନାଗରିକ ଓ ଯୁବ ଗୋଷ୍ଠୀ ଅନ୍ତର୍ଭୁକ୍ତ । ଓଡିଶାରେ ୩୨ଟି ଅଣସଂକ୍ରାମକ ରୋଗ କ୍ଲିନିକ୍, ୩୦ଟି ସେଲସ, ୪୧୪ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରସ୍ତରୀୟ ଅଣସଂକ୍ରାମକ ରୋଗ କ୍ଲିନିକ ରହିଛି । ଯେଉଁଠି ଡାଇବେଟିସ୍ ନମୁନା ପରୀକ୍ଷା ହେଉଛି ।

ଜାତୀୟ ବରିଷ୍ଠ ସ୍ୱାସ୍ଥ୍ୟଯତ୍ନ କାର୍ଯ୍ୟକ୍ରମ ଅଧୀନରେ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ଆରଜିଏଚ୍ରେ ସ୍ୱତନ୍ତ୍ର ଜେରିଆଟ୍ରିକ ୱାର୍ଡ ପ୍ରତିଷ୍ଠା କରାଯାଇ ବରିଷ୍ଠ ନାଗରିକଙ୍କ ଚିକିତ୍ସା ହେଉଛି । ଆଗକୁ ଡାଇବେଟିସ୍ ପରୀକ୍ଷା ବ୍ୟାପକ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଡାଇବେଟିକ୍ ଫୁଟ୍ ରୋଗୀଙ୍କ ପାଇଁ ଏଲୋପାଥିକ ଔଷଧ ସହ ଆୟୁଷ ଚିକିତ୍ସା ଏବେ ବଡ଼ ଭୂମିକା ଗ୍ରହଣ କରିଛି । ଓଡିଶାରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଆୟୁର୍ବେଦିକ ଗବେଷଣା ପ୍ରତିଷ୍ଠାନ ଓ ଏମ୍ସ ଭୁବନେଶ୍ୱରରେ ଜୋକ ଥେରାପି ମାଧ୍ୟମରେ ଏହି ରୋଗୀଙ୍କ ଗୋଡକୁ ସ୍ୱାଭାବିକ କରାଯାଉଛି । ବରିଷ୍ଠ ଡାଇବେଟିସ୍ ଚିକିତ୍ସକ ଡାକ୍ତର କହିଛନ୍ତି, ଭାରତରେ ମଧୁମେହ ଏକ ପ୍ରମୁଖ ସାର୍ବଜନୀନ ସ୍ୱାସ୍ଥ୍ୟ ଚିନ୍ତାର ବିଷୟ, ଯେଉଁଠାରେ ୭୫ ନିୟୁତରୁ ଅଧିକ ବୟସ୍କ ଏହି ରୋଗରେ ପୀଡିତ ଅଛନ୍ତି । ଯଦି ଡାଇବେଟିସ୍ ନିୟନ୍ତ୍ରଣ ନ କରାଯାଏ, ତେବେ ଏହା ହୃଦରୋଗ, ବୃକକ୍ ରୋଗ ଏବଂ ଅନ୍ଧତ୍ୱ ଭଳି ଗମ୍ଭୀର ସ୍ୱାସ୍ଥ୍ୟ ଜଟିଳତା ସୃଷ୍ଟି କରିପାରେ । ତେଣୁ ଡାକ୍ତରଙ୍କ ପରାମର୍ଶ ସହ ସନ୍ତୁଳିତ ଖାଦ୍ୟ ଓ ନିୟମିତ ଯୋଗ, ବ୍ୟାୟାମ ଦ୍ୱାରା ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme