Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କ୍ୟାପିଟାଲ ହସ୍ପିଟାଲ ସଚିବାଳୟ ପାଇଁ ଫିଟିବ ଭୂତଳ ରାସ୍ତା

Posted on November 14, 2025

ସଚିବାଳୟ ପଛକୁ ଯିବ। ଏବେ ଯେଉଁଠି ପାଚେରି ଅଛି, ତାହା ପାଖାପାଖି ୨୦ରୁ ୩୦ ମିଟର ପଛକୁ ଘୁଞ୍ଚିଯିବ । ଚଉଡ଼ା ହେବ ସଚିବାଳୟ ମାର୍ଗ । ଏହାପରେ କ୍ୟାପିଟାଲ ହସ୍ପିଟାଲ-ଏଜି ଛକ ରାସ୍ତାର ନବକଳେବର କରାଯିବ । ଦୁଇ ଥାକିଆ ରାସ୍ତା ନିର୍ମାଣ ହେବ । ଭୂତଳ ରାସ୍ତା ଫିଟିବା ସହ ଉପରେ ବି ଗୋଟିଏ ରାସ୍ତା ରହିବ । ଏଭଳି ଏକ ଯୋଜନାକୁ ନେଇ ଆଗକୁ ବଢ଼ୁଛି ପୂର୍ତ୍ତ ବିଭାଗ ।

ସୂତ୍ର ଅନୁସାରେ, ପ୍ରଥମେ ସଚିବାଳୟର ରୂପରେଖ ବଦଳିବ । ପାଚେରି ପଛକୁ ଘୁଞ୍ଚିବା ପରେ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ଜାଗା ବାହାରିବ । କ୍ୟାପିଟାଲ ହସ୍ପିଟାଲ ଛକରୁ ଏଜି ଛକ ଓ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲକୁ ଦୁଇ ପଟେ ଦୁଇ ଥାକିଆ ରାସ୍ତା ହେବ । ଭୂତଳ ରାସ୍ତାଟି ଭିତରକୁ ୩ ମିଟର ଗଭୀର ଓ ଉପରକୁ ପ୍ରାୟ ଦେଢ଼ ମିଟର ଉଠି କରି ରହିବ । ଏହା ଉପରେ ଆଉ ଗୋଟିଏ ରାସ୍ତା ରହିବ । ରାଜଭବନ-ରାଜମହଲ ଓ ୟୁନିଟ୍-୧ ରାଜଭବନ ଦିଗରେ ଯାଉଥିବା ଗାଡ଼ିମୋଟର ଉପର ରାସ୍ତା ଦେଇ ଯା’ ଆସ କରିବ । କ୍ୟାପିଟାଲ ହସ୍ପିଟାଲ-ସଚିବାଳୟ ଓ ସଚିବାଳୟ-କ୍ୟାପିଟାଲ ହସ୍ପିଟାଲକୁ ଯା’ ଆସ ପାଇଁ ଭୂତଳ ରାସ୍ତାରେ ଯିବ ଗାଡ଼ିମୋଟର ।

ସେହିପରି ଭୁବନେଶ୍ୱର ସହରରେ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ମେଗା ଯୋଜନା ପ୍ରସ୍ତୁତ କରିଛି ପୂର୍ତ୍ତ ବିଭାଗ । ପ୍ରଥମ ପର୍ଯ୍ୟାୟରେ ଚଳିତ ମାସରେ କଳ୍ପନା ଛକ ଫ୍ଲାଏଓଭର ପାଇଁ ଟେଣ୍ଡର ଆହ୍ୱାନ କରାଯିବ । ଜୟଦେବବିହାର ରାସ୍ତାକୁ ୮ ଲେନ୍ କରିବା ପାଇଁ ଖୁବଶୀଘ୍ର ଟେଣ୍ଡର ଡକାଯିବ । ବର୍ତ୍ତମାନ ୬ ଲେନ୍ ରାସ୍ତା ଥିବାବେଳେ ଏହାକୁ ଚଉଡ଼ା କରି ୮ ଲେନ୍ କରାଯିବ । ନାଲକୋ ଛକ ଓ କିଟ ଛକରେ ଫ୍ଲାଏଓଭର ହେବ । ଏହାସହ ଗୋଟିଏ ଲେନ୍ ସର୍ଭିସ୍ ରାସ୍ତା ରହିବ । ଏହି ପ୍ରକଳ୍ପ ପାଇଁ ୯୨୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ଏଥିପାଇଁ ଡିପିଆର ଚୂଡ଼ାନ୍ତ ହୋଇସାରିଛି । ଏମ୍ସ ରାସ୍ତାକୁ ଚଉଡ଼ା କରାଯିବା ସହ ଏହାର ଉନ୍ନତିକରଣ କରିବାକୁ ଯୋଜନା ରହିଛି । ବ୍ୟସ୍ତବହୁଳ ଖଣ୍ଡଗିରି-ଜାଗମରା ରାସ୍ତାକୁ ଏଲିଭେଟେଡେ୍ କରିଡର ରୂପ ଦେବାକୁ ଯୋଜନା କରାଯାଉଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଆଜି ସମୀକ୍ଷା ହୋଇଛି । ଏଥିରେ ଭୁବନେଶ୍ୱର, ପୁରୀ ସହ ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ବାବଦରେ ଆଲୋଚନା ହୋଇଛି ।

ବିଭିନ୍ନ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ପ୍ରକଳ୍ପର ଅଗ୍ରଗତି ସହ କୋରାପୁଟ ବାଇପାସ୍, ଜୁନାଗଡ଼ ବାଇପାସ୍, ରାଉରକେଲା ବାଇପାସ୍, ନୂଆପଡ଼ା ବାଇପାସ୍, ଆସିକା ବାଇପାସ୍, କଟକ ଓଏମପି-କନ୍ଦରପୁର-ପାରାଦୀପ ସଡ଼କ ପ୍ରକଳ୍ପର ଅଗ୍ରଗତି ନେଇ ବୈଠକରେ ଆଲୋଚନା ହୋଇଥିଲା । ଭୁବନେଶ୍ୱରର ବିଭିନ୍ନ ନୂଆ ପ୍ରକଳ୍ପ ସହ ପୁରୀର ବିଭିନ୍ନ ରାସ୍ତା, କୋଠାବାଡ଼ି, ଧର୍ମଶାଳା, ପାଠାଗାର ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ସମସ୍ତ ନିର୍ମାଣ କାର୍ଯ୍ୟକୁ ଅତିଶୀଘ୍ର ଶେଷ କରିବା ନେଇ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ଡିଭିଜନ୍ ସ୍ତରରେ ବିଭିନ୍ନ ସରକାରୀ ବିଧି ବ୍ୟବସ୍ଥାକୁ ତ୍ୱରିତ କରିବା ପାଇଁ ସମସ୍ତ କାର୍ଯ୍ୟ ଓସୱାସ୍ ଅନ୍ଲାଇନ୍ ପ୍ଲାଟ୍ଫର୍ମ ଜରିଆରେ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ଆଜିଠାରୁ ଓବିସିସିର ସମସ୍ତ ସରକାରୀ କାର୍ଯ୍ୟ ଓସୱାସ୍ ମାଧ୍ୟମରେ ଶୁଭାରମ୍ଭ ହୋଇଛି । ବୈଠକରେ ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ପୂର୍ତ୍ତ ବିଭାଗର ଇଆଇସିଲକ୍ଷ୍ମୀକାନ୍ତ ପାଢ଼ି, ଇଆଇସି ଇଂ ସତ୍ୟବ୍ରତ ବେହେରା, ଓବିସିସି ପରିଚାଳନା ନିର୍ଦ୍ଦେଶକ ସମୀର ହୋତା, ପୂର୍ତ୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ ଧ୍ୟାନଚାନ୍ଦ ନାୟକ, ମୁଖ୍ୟଯନ୍ତ୍ରୀ ଇଂ ପ୍ରିୟବ୍ରତ ସାମନ୍ତରାୟ, ମୁଖ୍ୟ ଯନ୍ତ୍ରୀ ଇଂ ଶିବବ୍ରତ ତରିଆ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନିଲ କୁମାର, ଭୁବନେଶ୍ୱର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦଙ୍କ ଏବଂ ଏନ୍ଏଚ୍ଏଆଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme