ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୌଭାଗ୍ୟ ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ ଶୁଭଶ୍ରୀ ମିଶ୍ର, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଏହି ମେଳାରେ ପରଜଙ୍ଗ ବ୍ଲକର ୨୯ ଗୋଟି ପଞ୍ଚାୟତରୁ ୫୮୦ ଚାଷୀ ଅଂଶ ଗ୍ରହଣ କରିଥିଲେ। ମତ୍ସ୍ୟ ପୋଖରୀ,ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା, ଘାସ ଚାଷ ଆଦିକୁ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଚାଷୀଙ୍କ ପାଇଁ ବିଭିନ୍ନ ଷ୍ଟଲର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏପରିକି ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ମାଧ୍ୟମରେ ଚାଷୀ ଭାଇଙ୍କ ସମସ୍ୟା ଦୂରୀଭୂତ କରିବା ସହିତ ସରକାରୀ ଯୋଜନା ଗୁଡିକର ସଠିକ ରୂପାୟନ ହେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ।
ବାଇଟ

